-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ନାକଟିଦେଉଳ ରେଞ ରେ ଦିନକୁ ଦିନ ଜନ୍ତୁ ଶିକାର ବଢ଼ି ଚାଲିଥିଲେ ମଧ୍ୟ
ବନ ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି ା ବହୁ ସମୟରେ ବନ ବିଭାଗ ଚଢ଼ଉ କରି ଶିକାରୀ ମାନଙ୍କୁ ଧରିଥାଏ ା ନାକଟିଦେଉଳ ରେଞ ଅଧିନସ୍ଥ ପେଣ୍ଠବାହାଳ ଗ୍ରାମ ଓ ନାକଟିଦେଉଳ ଗ୍ରାମର ୩ ଜଣଙ୍କୁ ବାରହା ମାଂସ ଶିକାର ଅଭିଯୋଗରେ ବନବିଭାଗ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ା
ବନବିଭାଗ ସୂତ୍ରରୁ ପ୍ରକାଶ ଯେ ,
ଦୁଇ ଦିନ ତଳେ ନାକଟିଦେଉଳ ଗ୍ରାମର ଭାଗ୍ୟଶୂରୀ ହୋମୁଣ୍ଡାଙ୍କ ଘରେ ବାରହା ମାଂସ ରେଷେଇ ହୋଇଥିବାର ବନଲିଭାଗ ଖବର ପାଇ ଚଢ଼ଉ କରିଥିଲା ା ଚଢ଼ଉ ସମୟରେ ତାଙ୍କ ଘରୁ ଅଧା କିଲୋ ରନ୍ଧା ବାରହା ମାଂସ ଜବତ କରିଥିଲା ା ଭାଗ୍ୟଶୂରୀକୁ ବନବିଭାଗ ପଚରାଉଚରା କରିବା ପରେ ସେ ସତ କଥା କହିଦେଇଥିଲା ା ପେଣ୍ଠବାହାଳ ଗ୍ରାମର ନିରାକାର ପେଣ୍ଠଇକୁ ବନବିଭାଗ ଧରିଥିଲା ା ସେ ଏଇ ଜନ୍ତୁ ଶିକାର କରିଥିବା ଜଣା ପଡ଼ିଥିଲା ା ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ଧୁକ ଲୁଚାଇ ରଖିଥିବା ସେ ସ୍ବୀକାର କରିଥିଲା ା ବନ୍ଧୁକକୁ ମଧ୍ୟ ଜବତ କରିଥିଲା ବନ ବିଭାଗ ା ନାକଟିଦେଉଳ ଗ୍ରାମର ନିରାକାର ପ୍ରଧାନକୁ ମଧ୍ୟ ବନବିଭାଗ ଧରିବାରେ ସଫଳ ହୋଇଥିଲା ା ବନବିଭାଗ ଜନ୍ତୁଶିକାର ତଥା ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଥିବା ଓ କୋର୍ଟ ଚାଲାଣ କରାଯାଇଥିବା ଫରେଷ୍ଟର ଅନିଲ୍ କିସାନ୍ ପ୍ରକାଶ କରିଛନ୍ତି ା