-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ବରଗଡ ଜିଲ୍ଲା ବିଜେପୁର ଏନଏସି ସଦରମହକୁମାର ଦାମୋଦର କଟା ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ହଟୁଆ ସମାଜ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।ଇଷ୍ଟଦେବୀ ଚର୍ଚ୍ଚିକାଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବରିଷ୍ଠ ସଦସ୍ଯ ଦାମୋଦର ସିଠଙ୍କ ଅଧ୍ଯକ୍ଷତାରେ ପଶ୍ଚିମ ଓଡିଶା ହଟୁଆ ସମାଜ ସଭାପତି ଟିକେଶ୍ବର ବେହେରା ଓ ସଂପାଦକ ବେଲାଲସେନ ଖଟୁଆ, ବରଗଡ଼ ଚକ ମେମ୍ବର ଅଶୋକ ଗଡତିଆ, ଶେଷଦେବ ସା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଦିବଂଗତ ସଭାପତି କ୍ରୁଷ୍ନଚନ୍ଦ୍ର ଦଲାଇ, ସ୍ଥାନୀୟ ମେମ୍ବର ଚୂଡାମଣି ଲହରିଆଙ୍କ ଉଦ୍ଦେଶ୍ଯରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତ୍ଯାଗ ବିନା ସମାଜର ଉନ୍ନତି ଅସମ୍ଭବ। ତେଣୁ ଅଳ୍ପ ହେଉ ପଛେ ନିଃ ସ୍ବାର୍ଥପର ଭାବେ କାର୍ଯ୍ୟ କଲେ ସମାଜ ତଥା ଜାତିର ପ୍ରଗତି ସୁନିଶ୍ଚିତ ହେବ। ସୁତରାଂ ବାର୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତିର ସୁବିନିଯୋଗ କରିବା ଉଚିତ୍ ବୋଲି ଅତିିଥିଗଣ ମତପ୍ରକାଶ କରିଥିଲେ। ଅତିଥିଗଣଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ହଟୁଆ ସମାଜର ଗ୍ରାମ୍ୟ କମିଟି ଗଠନ କରାଯାଇଥିଲା। ନାରାୟଣ ବେହେରା ସଭାପତି, ରାଜେଶ୍ବର ବେହେରା ସଂପାଦକ, ସୁଶାନ୍ତ ସିଠ କୋଷାଧ୍ୟକ୍ଷ, ଦାମୋଦର ସିଠ, ଜଗନ୍ନାଥ ବେହେରା, ସତ୍ୟନାରାୟଣ ସିଠ, କେଦାର ଦଲାଇ କାର୍ଯ୍ୟକାରୀ ସଦସ୍ଯ ଭାବେ ମନୋନୀତ ହୋଇଛନ୍ତି। ମହେନ୍ଦ୍ର ଲହରିଆ, ରାଜେଶ ବେହେରା, ଶଙ୍କର ବେହେରା, ଭୁବନେଶ୍ୱର ବେହେରା, ଈଶ୍ବର ବେହେରା, ପ୍ରମୋଦ ବେହେରା, ଆଶିଷ ଗଡତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଜେଶ୍ବର ବେହେରା ସଭାକୁ ସଂଯୋଜନା କରିଥିଲେ। ଜଗନ୍ନାଥ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ।