-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ସୁବର୍ଣ୍ଣପୁର ଆଜି ମନମୁଣ୍ଡା ର ଶୈବ ପୀଠ, ଦଧିବାମନ ମନ୍ଦିର ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଶୈବ ପୀଠ ଓ ଶ୍ରୀ ଦଧିବାମନ ମନ୍ଦିର ସଫେଇ ପରେ ମନମୁଣ୍ଡା ର ଡେ଼ଲିମାର୍କେଟ ଓ ଦଧିବାମନ ମହାପ୍ରଭୁ ଙ୍କ ଶମ୍ଭୁଖ ରେ ଜମି ଥିବା ଦୀର୍ଘ ମାସ ର ପଚା ଷଢା ଅଳିଆ ଆବର୍ଜନା ସବୁ କୁ ସ୍ବେଛାସେବୀ ମାନେ ସଫା କରି ମାର୍କେଟ ବ୍ୟବସାୟୀ ଓ ପାଖ ପଡୋଶୀ ଲୋକଙ୍କୁ ପରିବେଶ ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରହିବା ବୋଲି ସଚେତନ କରାଇଥିଲେ lଏବଂ ଖୋଦ ଜଗନ୍ନାଥ ମହାପ୍ରଭୁ ଙ୍କ ଶମ୍ବୁଖରେ ଗଦା ଗଦା ଅଳିଆ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ କୁ ଦେଖି ସମସ୍ତ ସ୍ବେଛାସେବୀ ଆଶ୍ଚର୍ଯ୍ୟ ଓ ବିସ୍ମିତ ପ୍ରକାଶ କରି ଥିଲେ l ସ୍ପର୍ଟ ରୁ ଫୋନ ଯୋଗାଯୋଗ ହୋଇ ପାରି ନ ଥିବାରୁ ଏ ବିଷୟ ରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିଲା l ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମାଜ ପ୍ରତିନିଧି ବୈଦ୍ୟନାଥ ହୋତା ଙ୍କୁ ସ୍ବେଛାସେବୀ ମାନେ ଏ ବିଷୟ ଜଣାଇ ପଂଚାୟତ ମାଧ୍ୟମରେ ଏ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ l ଯେଉଁ ବୌଦ୍ଧ ଜ଼ିଲ୍ଲା କୁ ଅଗ୍ରଣୀ ଜ଼ିଲ୍ଲା ଭାବେ ଗଢିବା ରେ ଜ଼ିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଦୀର୍ଘ ବର୍ଷ ରୁ ଅନେକ ସୃଜନାତ୍ମକ କାର୍ଯ୍ୟକ୍ରମ ହାତ କୁ ନେଇଛନ୍ତି ଏବଂ ମନମୁଣ୍ଡା ପଞ୍ଚାୟତ କୁ ବ୍ଲକ ଗଠନ ଲାଗି ଦୀର୍ଘ ବର୍ଷ ର ଦାବୀ ତାହା ମଧ୍ୟ ସ୍ୱାଗତ ଯୋଗ୍ୟ ଅଟେ l ହେଲେ ଏଠି ପ୍ରଶ୍ନ ଉଠେ ଯେ ସୁବର୍ଣ୍ଣପୁର ଓ ବୌଦ୍ଧ ଉଭୟ ଜ଼ିଲ୍ଲା ର ମୁଖଶାଳା ଭାବେ
ପରିଚିତ ଏହି ମନମୁଣ୍ଡା ର ଚାରି ପାଖ କୁ ଚାକ ଚକ୍ୟ କରିବା କୁ ରାଜ୍ୟ ସରକାର ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିବା ଏହି ସହର ର ଭିତର ଅବସ୍ଥା ଵା ଦୃଶ୍ୟ ବାସ୍ତବ ରେ କିନ୍ତୁ କିଛି ଅଲଗା l ଏ ମନମୁଣ୍ଡା ସହର କୁ ଓ ଜ଼ିଲ୍ଲା କୁ ସୁନ୍ଦର ଓ ସମୃଦ୍ଧଶୀଳ କରିବାକୁ ଆଗେ ପରିମଳ ବ୍ୟବସ୍ଥା କୁ ସୁଧାରିବାକୁ ହେବ l ଆଉ ଏଥିପାଇଁ ପବ୍ଲିକ, ପ୍ରଶାସନ, ଓ ସ୍ବେଛାସେବୀ ଙ୍କ ମିଳିତ ସହଯୋଗ ଜରୁରୀ l ସ୍ୱଚ୍ଛ ଭାରତ ର ସଭାପତି ଲଷ୍ମୀ ନାରାୟଣ ମେହେର ଙ୍କ ପରାମର୍ଶ କ୍ରମେ ସଂଘ ର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଙ୍କ ତତ୍ୱାବଧାନ ଓ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ଗରିବ ଲୋଇ, ବୃନ୍ଦାବନ ରଥ, ଅନନ୍ତରାମ ପାଣିଗ୍ରାହୀ, ଇନ୍ଦୁମତୀ ପୁରୋହିତ, ଗଣେଶ ମିଶ୍ର, ପ୍ରମୋଦ କୁମାର ସାହୁ, ତରଣୀ ମେହେର, ଜୟନ୍ତୀ ରଥ, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ, ସିମାଞ୍ଚଳ ହୋତା, ଚୌଧୀରି ବିଭlର, ନାରାୟଣ ରଥ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଅମର ଭୁତ, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ,ଆନନ୍ଦ ସାହୁ, କ୍ରିଷ୍ଣା ମେହେର, ମିସ ସଂଗୀତା,ପ୍ରମୁଖ ସହଯୋଗ କରିଥିଲେ l