-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ): ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆଜି ପାଇକମାଲ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା |
ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଜୁ ଜନତା ଦଳ , ପାଇକମାଲ
ବ୍ଳକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଳକ ସଭାପତି ଗୌତମ ସିଂ , ପାଇକମାଳ ବ୍ଳକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଳତାପ ମହମ୍ମଦ , ପାଇକମାଲ ବ୍ଳକ ଉପାଧ୍ୟକ୍ଷ ସଂଜୀବ ବରିହା , ପଲସଦା ପଂଚାୟତ ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା , ବରିଷ୍ଠ କର୍ମୀ ଧବଳେଶ୍ୱର ସାହୁ , ବିଜୁ ମହିଳା ଜନତା ଦଳ ପାଇକମାଲ ବ୍ଳକ ସଭାନେତ୍ରୀ କୁମାରୀ ବରିହା ଏବଂ ପାଇକମାଲ ବ୍ଳକ ବିଜୁ ଜନତା ଦଳ ର ସମସ୍ତ କର୍ମୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |