-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବରଗଡ଼:- ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକ୍ଷେତ୍ର ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ ମହାବିଦ୍ୟାଳୟର ଛାତ୍ରୀ ମାନଂକୁ ନେଇ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ଆଠ ଦିନ ଧରି ଚାଲୁରହିବ । ପ୍ରଥମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ । ଶିବିରର ପରିଚାଳକ ଶ୍ରୀ ହରିଶ ପାତ୍ର , ଟ୍ରେନର ସୁଜାତା ଭୋଇ ଓ ସ୍ନେହଲତା ଥାଟି ତାଲିମ ପ୍ରଦାନ କରିଥିଲେ ।
ସଂପ୍ରତି ସମୟରେ ବିଭିନ୍ନ ଅପ୍ରୀତିକର ଆକସ୍ମିକ ଘଟଣାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିବେ ସେ ଉପରେ ତାଲିମ ଦିଆଯିବ । ମହାବିଦ୍ୟାଳୟର ଏନ.ସି.ସି ନାଭାଲ ଅଧିକାରୀ ଶ୍ରୀ ସରୋଜ କୁମାର ନାୟକ ,ଏନ.ଏସ.ଏସ ଅଧିକାରୀ ଡଃ ଅଜିତ କୁମାର ନାଥ,କ୍ୟାରିୟର କାଉନସିଲର ଅଧିକାରୀ ଶ୍ରୀ ପବିତ୍ର କୁମାର ମାହାଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।