-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗିର,- ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣମୀ ଉପଲକ୍ଷେ ମାଁ ରାମଚଣ୍ଡିଙ୍କ ପୂଜାର୍ଚ୍ଚନା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉପେନ୍ଦ୍ର ପ୍ରଧାନ ମାଁ ରାମ ଚଣ୍ଡିଙ୍କ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ପୂଜାଉତ୍ସବରେ ଜ୍ୟୋସ୍ନାରାଣୀ ଭୋଇ, ପ୍ରୀତି ପ୍ରଧାନ, ରିବ୍ୟା ପ୍ରଧାନ, ରୋଶନ ପ୍ରଧାନ, ନୃପରାଜ ସାହୁ, ଅର୍ଜୁନ ନାଏକ, ବ୍ୟାସଦେବ ନାଏକ, ଅମିତ ବାରିକ, ଭୁବନେଶ୍ୱର ଭୋଇ, ପ୍ରେମ କିଶୋର ସାହୁ, ବୃନ୍ଦାବନ ନାଏକ, ମୁକେଶ ପ୍ରଧାନ, ଶୁଶାନ୍ତ ପ୍ରଧାନ, ଆକାଶ ଗଡତ୍ୟା, ବିଶ୍ୱନାଥ ବିଶ୍ୱାଲ ସମେତ ଅନେକ ବ୍ଲକର ଭାଇ ଭଉଣୀମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ନିଜସ୍ୱ ଏକ କୁଲୁତା ଭବନ ହୋଇ ପାରିବ ସେ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଶେଷରେ ପ୍ରସାଦ ସେବନ ପରେ ସଭା ସାଙ୍ଗ ହୋଇଥିଲା ।