-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ସାଗୁଡା ନୁତନ ପଞ୍ଚାୟତ ଗୃହ ହେବାକୁଥିବା ସ୍ଥାନ ନିରୁପଣ କୁନେଇ ଭୁର୍ସାଗୁଡା, ଗଞ୍ଜିଆପଡା, ଟିଟିସିଳେଟ ଗ୍ରାମ ମଧ୍ଯରେ ନୁତନ ପଞ୍ଚାୟତ ଗଠନ ଘୋଷଣା ହେବା ପର ଠାରୁ ଉତ୍ତେଜନା ଲାଗି ରହିଥିଲା। ତେବେ ଏ ମଧ୍ଯରେ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ଯ ଏହା ନିର୍ବାଚନୀ ଇସ୍ୟୁ ହୋଇଥିଲା ଏବଂ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମେ ପଞ୍ଚାୟତ ଗୃହ ସ୍ଥାନ ନିରୁପଣ ହେଲାପରେ ଏନଆରଇଜିଏସ କାମ ହୋଇ ପାରିବ ବୋଲି ନିର୍ଧାରିତ କରିଥିଲେ ପଞ୍ଚାୟତ ବାସୀ। ତେବେ ପଞ୍ଚାୟତ
ନିର୍ବାଚନ ପରେ ନବ ନିର୍ବାଚିତ ହୋଇଥିବା ସରପଞ୍ଚ ଏକ ଏନଆରଇଜିଏସ କାମ କରାଉଥିବା ଜାଣୀ ଦୁଇଟି ଗାଁର ଲୋକେ କାମ ହେଉଥିବା ସ୍ଥାନ କୁ ଆସି କାମ ବନ୍ଦ କରିବା ପାଇଁ କହିବାରୁ ସେଠାରେ ଦୁଇ ପକ୍ଷ ମଧ୍ଯରେ କଥା କଟାକଟି ହେବାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଦୁଇ ପକ୍ଷରୁ ଥାନାରେ ଏତଲା ଦିଆଯିବା ସହ ପୁରା ପଞ୍ଚାୟତ ଅଞ୍ଚଳରେ ଉତ୍ତେଜନା ରହିଥିଲା । ଶୁକ୍ରବାର ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ପହଞ୍ଚି ନିଜେ ସ୍ଥିତି ଅନୁଧ୍ୟାନ କରିବାସହ ଏକ ବୈଠକ ଯୋଗେ ଲୋକଙ୍କୁ ବୁଝାସୁଝା କରିବାସହ ନିଜ ନିଜ ମଧ୍ଯରେ ବୁଝାମଣା ହୋଇ ସର୍ବସମ୍ମତି କ୍ରମେ ସ୍ଥାନ ନିରୁପଣ କରିବାସହ ବୁଝାମଣା ହେବା ପାଇଁ କହିଥିବା ଏବଂ ବର୍ତ୍ତମାନ ସ୍ଥିତି ସାମାନ୍ଯ ହୋଇଥିବା ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ସୁଚନା ଦେଇଛନ୍ତି।