-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||     

HOME   ଜିଲ୍ଲା

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଆଭାସୀ ଜରିଆରେ ଜିଲ୍ଲାପାଳ ଙ୍କ ଜରୁରୀ ବୈଠକ- ଜରୁରୀ କାମ ନ ଥିଲେ ଗ୍ରୀଷ୍ମ ପ୍ରକୋପ ରେ ପଦାକୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ଜିଲ୍ଲାବାସୀ ଙ୍କୁ ବିଶେଷ ଅନୁରୋଧ :

16-Apr-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଚଳିତ ବର୍ଷ ଏପ୍ରିଲ ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ଭାବେ ରୌଦ୍ରତାପ ବଢ଼ିବାରେ ଲାଗିଛି।ବିଗତ ଦୁଇଦିନ ମଧ୍ୟରେ ଜିଲ୍ଲାର ତାପମାତ୍ରା ସର୍ବୋଚ୍ଚ ରହିଥିବାବେଳେ ସାଧାରଣ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ତା.୧୩/୦୪/୨୦୨୨ ଏବଂ ୧୪/୦୪/୨୦୨୨ ରେ ସୁବର୍ଣ୍ଣପୁର ଜିଲ୍ଲାର  ତାପମାତ୍ରା ଯଥାକ୍ରମେ ୪୩.୯ ଓ ୪୪.୨ ରହିଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଧନ ଜୀବନର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରକାଳୀନ ଅଂଶୁଘାତ ସ୍ଥିତି ସମୀକ୍ଷା ବୈଠକ ଗତକାଲି ତା ୧୫/୦୪.୨୦୨୨ ରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସୋନପୁର ଓ ବୀରମହାରାଜପୁର ଉପ ଜିଲ୍ଲାପାଳ, ସମସ୍ତ ବି. ଡି.ଓ., ତହସିଲଦାର, ମ୍ୟୁନିସିପାଲଟି ଏବଂ ଏନ. ଏ. ସି. ର କାର୍ଯ୍ୟନିର୍ବାହୀ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଓ ଅନ୍ୟାନ୍ୟ କ୍ଷେତ୍ର ତଥା ଜିଲ୍ଲାସ୍ତରୀୟ ସମ୍ପୃକ୍ତ ଅଧିକାରୀ ମାନେ ଯୋଗଦାନ କରିଥିଲେ।

        ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ଓ ତତ୍ପର ରହିବା ସହିତ ଆଗାମୀ ଦିନରେ କଠିନ ଅଂଶୁଘାତ ପରିସ୍ଥିତିର ଯେପରି ସୁବ୍ୟବସ୍ଥିତ ଭାବେ ମୁକାବିଲା କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବା ସହିତ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ନିଜ ନିଜ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାକୁ କଡାକଡି ନିର୍ଦ୍ଦେଶ ଦେବାସହିତ ସମସ୍ତ  କର୍ମଚାରୀ ଯେଉଁ ମାନଙ୍କ ଉପରେ ଅଂଶୁଘାତ ମୁକାବିଲା ର ଦାୟିତ୍ଵ ନ୍ୟସ୍ତ କରାଯାଇଛି ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଥିଲେ। ଜିଲ୍ଲାରେ କୌଣସି ସ୍ଥାନରେ ଯେମିତି ପାନୀୟ ଜଳର ସମସ୍ୟା ଦେଖା ନ ଯିବ ସେଥିପ୍ରତି ବିଶେଷ ଯତ୍ନବାନ୍ ହେବାପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରକ୍ଷୀରେ ବି. ଡି.ଓ. ତଥା ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍. ଜଣାଇଥିଲେ ଯେ  ଜିଲ୍ଲାରେ ବର୍ତ୍ତମାନ ନଳକୂପ ମରାମତି ପାଇଁ ବିଭାଗ ରେ ଆବଶ୍ୟକୀୟ ଆନୁସଙ୍ଗିକ ଯନ୍ତ୍ରାଂଶ  ପ୍ରଚୁର ମାତ୍ରାରେ ମହଜୁଦ ରହିଥିବା ସୂଚନା ଦେଇଥିଲେ ଯଦ୍ୱାରା ଯେକୌଣସି ପରିସ୍ଥିତିର ଜିଲ୍ଲାର ପିଇବା ପାଣି ତଥା ତଦ ସଂକ୍ରାନ୍ତୀୟ ସମସ୍ୟାର ମୁକାବିଲା କରିବା ପାଇଁ ସମ୍ପୃକ୍ତ ବିଭାଗ ସଜାଗ ତଥା ତତ୍ପର ରହିଥିବା ସୂଚୀତ କରିଥିଲେ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟ ପାନୀୟ ଜଳ ର ସୁବ୍ୟବସ୍ଥା ଯେମିତି ଶୀଘ୍ର ହେଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ  ବି. ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅଂଶୁଘାତ କକ୍ଷ ତଥା ଅଂଶୁଘାତ ମୁକାବିଲା ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଅନୁଧ୍ୟାନ କରିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ । ଆହୁରି ମଧ୍ୟ ଆଗାମୀ ଦିନରେ ବରିଷ୍ଠ ଅଧିକାରୀ ମାନେ ଭିନ୍ନ ଭିନ୍ନ କ୍ଷେତ୍ର ପରିଦର୍ଶନ ସମୟରେ ବ୍ଲକ ସ୍ତରରେ ଅଂଶୁଘାତ ସ୍ଥିତି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ବୈଠକ ରେ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତ ଜନିତ ମୃତ୍ୟୁ ସଂକ୍ରାନ୍ତୀୟ ତଦନ୍ତ ତଥ୍ୟ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଯଥାଶୀଘ୍ର ସମ୍ପୃକ୍ତ ତହସିଲଦାର ଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି l ପୁନଶ୍ଚ ଅଂଶୁଘାତ ଜନିତ ମୃତ୍ୟୁ ର ତଦନ୍ତ ତଥ୍ୟ ଓ ବ୍ୟବଛେଦ ବିବରଣୀ ତଥ୍ୟ ସମ୍ପୃକ୍ତ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ରାଜସ୍ବ ନିରୀକ୍ଷକଙ୍କଠୁ ସୂଚନା ପ୍ରାପ୍ତି ର ୨ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂକ୍ରାନ୍ତୀୟ  ସଠିକ ବିବରଣୀ ସହ ଜିଲ୍ଲପାଳ ଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି l ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ଆବଶ୍ୟକ ଜଳଛତ୍ର, ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତଥା ପାଣି ଟ୍ୟାଙ୍କର ଆଦି କୁ ନିରବଚ୍ଛିନ୍ନ ଭାବରେ ଚାଲୁ ରଖିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ତାଗିତ କରିଥିଲେ। ନିର୍ବାହୀ ଯନ୍ତ୍ରୀ  ଟି ପି ଡବ୍ଲୁ ଓ ଡି ଏଲ ଙ୍କୁ ପାନୀୟ ଜଳ ଯୋଗାଣ ସ୍ଥାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି । ପରିଶେଷରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୁବର୍ଣ୍ଣପୁର ର ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ ପୂର୍ବକ ପରାମର୍ଶ କରିଛନ୍ତି କି ଅତି ଆବଶ୍ୟକ ନହେଲେ ଜନସାଧାରଣ କେହି ଘରୁ ପଦାକୁ ବାହାରିବେ ନାହିଁ, ପରିସ୍ଥିତି ଉପରେ ନଜର ରଖିବା ସହ ନିଜକୁ ସର୍ବଦା  ସଜଳ ରଖିବେ ଯଦ୍ ଦ୍ଵାରା ଆମେ ଆମର ଧନ ଜୀବନ ସୁରକ୍ଷିତ ରଖି ପାରିବ ଏବଂ ଆସନ୍ନ ଅଂଶୁଘାତ ଜନିତ ଯେ କୌଣସି ବିପଦ କୁ ଏଡ଼ାଇବାକୁ ସକ୍ଷମ ହୋଇପାରିବା ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026

You Might Also Like