-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ପଦ୍ମପୁର/ଗାଇସିଲେଟ(ନିରଞ୍ଜନ ତ୍ରିପାଠୀ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ କଲୁଙ୍ଗାପାଲି ଗ୍ରାମଠାରେ ମହାବିଷୁବ ମିଳନ ହନୁମାନ ଜୟନ୍ତୀ ଉପଲକ୍ଷେ ଆର୍ଯ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ସୁରେଶ ଭୋଇ ଏବଂ କଂଗ୍ରେସ ସାହୁଙ୍କ ପୁରୋହିତ୍ୟରେ ୧୧ ଟି ପରିବାର ଜଜମାନ ହୋଇ ଯଜ୍ଞ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଘନଶ୍ୟାମ ସାହୁ, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, ବୈରାଗୀ ସାହୁ,ସୈମେନ୍ଦ୍ର ସାହୁ, ସୈାଦାମିନୀ ସାହୁ,,ଅଞ୍ଜଳୀ ସାହୁ, ସତ୍ୟପ୍ରକାଶ ସାହୁ ସପତ୍ନୀ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ ।ଏହାପରେ ଘାଏ ଦେଖତ କଳାପଟା ର ସମ୍ପାଦକ ଙ୍କ ତତ୍ବାବଧାନରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ସଭାପତି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ବର୍ଷିଆନକବି ଶଚିତାନନ୍ଦ ସାହୁ, କଂଗ୍ରେସ ସାହୁ,ଆତିଥ୍ୟ କବି ଦିଲ୍ଲିପ ମିଶ୍ର, ତାଲଜୁରୀର ପ୍ରମୋଦ କଲେତ , ଯଶୋବନ୍ତ କୁମ୍ଭାର ସ୍ବରଚିତ କବିତା ପାଠ କରିଥିଲେ ।ଶେଷରେ କଳାପଟା ର ସଂପାଦକ ବୈରାଗୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।