-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ଗଞ୍ଜାମ (ଭଗବାନ ପାଢୀ) : ଗଞ୍ଜାମ ସୋରଡା ଥାନା ସଂପଦା ଗାଁ ନିକଟରେ ବଜ୍ରାଘାତରେ ଜଣେ ମୃତ ଦୁଇ ଗୁରୁତର।ମୃତକ ଜଣକ ହେଲେ ସିଙ୍ଗିପୁରୁ ଗ୍ରାମର ଶିବ ରଞ୍ଜନ ସେଠି।ଜଣେ ଗୁରୁତର ଗୋଛା ଗ୍ରାମର ସଞ୍ଜୟ ବେହେରା ଓ ଅନ୍ୟଜଣେ କୋଟିବାଡି଼ ଗ୍ରାମର କ୍ଷେତ୍ର ନାୟକ।ସୂଚନା ମୁତାବକ ଆଜି ଅପରାହ୍ନ ୩ ଘଣ୍ଟ ସମୟରେ ବର୍ଷା ପବନ ଆସିବାରୁ ରାସ୍ତାରେ ଯାଉଥିବା ଦୁଇ ବାଇକ ଅରୋହି ଗଛ ମୂଳେ ଅଟକି ଯାଇଥିଲେ ।ଠିକ ସେହି ସମୟେରେ ବଜ୍ରାଘାତ ଘଟିବାରୁ ଜଣକର ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକେ ଅଗ୍ନିସମ ବାହିନୀ ଖବର ଦେବା ପରେ ଅଗ୍ନିସମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତୁକ ଓ ଗୁରୁତରଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଲେ ।ସେଠାରେ ଡାକ୍ତର ଜଣଙ୍କୁ ମୃତୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି ।