-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ଗଞ୍ଜାମ (ଭଗବାନ ପାଢୀ) / ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇ ଖରିଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି l ଏଥିରେ ଅନିତା ନାହାକ ନାମକ ଜଣେ ମହିଳା ଆହାତ ହୋଇ ମେଡିକାଲରେ ଭର୍ତି ହୋଇଥିବା ଅଭିଯୋଗ ହୋଇଛି l ଉଭୟ ଗୋଷ୍ଠୀ କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ତ l ଗତ ପଞ୍ଚାୟତ ନିର୍ବାଚନରେ ବିପକ୍ଷ ଗୋଷ୍ଠୀକୁ ଭୋଟ ନଦେବାରୁ ରାଗରଖି ଆଜି ସକାଳ ସମୟରେ ଗ୍ରାମର ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ l ଫଳରେ ଗୋଟିଏ ପରିବାର
ର ଜଣେ ମହିଳା ଆହତ ହୋଇଥିବା ବେଳେ ଚିତ୍ର ,କୃଷ୍ଣ, ମନୋଜ ଓ ରବି ନାମକ ଯୁବକ ସେମାନଙ୍କ ଉପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତ ମହିଳା l ସେପଟେ ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳେ ଘଟଣାସ୍ଥଳ ରଣଭୂମି ପାଲଟିଥିଲା l ଯାହାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି l ଅନ୍ୟପଟେ ଦୁଇଗୋଷ୍ଠୀ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଆହତ ମହିଳା ନ୍ୟାୟ ଦାବି କରିଛନ୍ତି l