-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
13-Apr-2022
ବଲାଙ୍ଗୀର(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ସଭାପତି ପଦରୁ ମଳୟ ମିଶ୍ର ସ୍ବେଚ୍ଛାକୃତ ଇସ୍ତଫା ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ ସେ ଗତ ୨୦୧୫ରୁ ଦୀର୍ଘ ପ୍ରାୟ ୭ ବର୍ଷ ଧରି ରହିଥିବା ପରିଷଦର ସଭାପତି ପଦ ସମେତ ସଭ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫାପତ୍ରରେ ସେ ପରିଷଦର କୌଣସି ଦେୟ ପାଇଁ ଦାୟୀ ହେବେନାହିଁ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି ସ୍ବେଚ୍ଛାକୃତ ଲିଖିତ ଇସ୍ତଫାପତ୍ର ସେ ପରିଷଦର ସମ୍ପାଦକଙ୍କୁ ପ୍ରଦାନ କରିଥିବା ଓ ତାହା ଗୃହୀତ ହୋଇଥିବା ସମ୍ପାଦକ କପିଳେଶ୍ବର ଖମାରୀଙ୍କ ଦ୍ବାରା ଜାରୀ ଏକ ପ୍ରେସ୍ ବିବୃତିରୁ ପ୍ରକାଶ ।