-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ବଲାଙ୍ଗୀର, ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଶଙ୍କର ବରିହା ଏବଂ ଡ୍ରାଇଭର ଦେବରାଜ ନାଗଙ୍କୁ ଦୁଇ ଜଣ ଦୁର୍ବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଜି ବିଧାୟକ ଶ୍ରୀ ମହାଲିଙ୍ଗ ଲୋଇସିଂହା ଥାନା ଅଧିନ ବାଦିବାହାଲ ଗ୍ରାମରୁ ନିଜ ଗ୍ରାମ ନଅଗାଁକୁ ତାଙ୍କ ପିଏସଓ ଙ୍କ ସହିତ ଫେରୁଥିଲେ । ଜାତୀୟ ରାଜପଥ ୨୬ ବୁର୍ଡ।ଛକ ଠାରେ ଦୁଇଜଣ ଯୁବକ ବାଇକରେ ବିଧାୟକଙ୍କ ଗାଡି ଆଗକୁ ଆସି କଟ ମାରିବା ସହିତ ଅଶୋଭନୀୟ ଢଙ୍ଗରେ ଗାଡି ଚଳାଇଥିଲେ । ଏହାକୁ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବିରୋଧ କରିବା ସହିତ ଗାଡିରୁ ଓହ୍ଲାଇ ଯୁବକ ଦ୍ୱୟଙ୍କୁ ବୁଝାଇଥିଲେ । ଏଥିରେ ଯୁବକ ମାନେ ଉତକ୍ଷିପ୍ତ ହୋଇ ପିଏସଓ ଶ୍ରୀ ବରିହା ଓ ଡ୍ରାଇଭର ଶ୍ରୀ ନାଗଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଆହତ ଦ୍ୱୟଙ୍କୁ ଲୋଇସିଂହା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ଥାନାରେ ଏ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଅଭିଯୁକ୍ତ ଯୁବକ ଦ୍ବୟ ଫେରାର ହୋଇ ଯାଇଥିବା ବେଳେ ବାଇକ ମାଲିକ ବୁର୍ଡ। ଗ୍ରାମର ବିଜୁ ହରପାଳ ଲୋଇସିଂହା ଥାନାରେ ଅଟକ ଥିବା ଜଣାଯାଇଛି ।
ଅଭିଯୁକ୍ତ ଯୁବକ ଦ୍ବୟ ହେଲେ ବୁର୍ଡ। ଗ୍ରାମର ବିକି ବାରିକ ଓ ଶ୍ରୀକାନ୍ତ କଲେତ ।
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)