-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ )
ନୂତନ ପେନସନ ବ୍ୟବସ୍ଥା-୨୦୦୫ କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ,ଭି ଏ ଡବ୍ଲୁ, ନରସିଂହ ସଂଗଠନ, ରାଜସ୍ୟ ଅମଲା ସଙ୍ଘ ର ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିର ଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ଏକ ସଭା କରାଯାଇଥିଲା l ଗତ ୧.୧.୨୦୦୫ ରେ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀ ଙ୍କ ଜମା ଅର୍ଥ ରାଶି ଏନଏସଡିଏଲ ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି ଫଳରେ ଜମା ଅର୍ଥ ରାଶିର ନିବେଶ କରଯୁକ୍ତ ରହିଛି ଯଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ ମଧ୍ୟ ଜଣେ କର୍ମଚାରୀ ହଜାରେ, ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତା ମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି l ତେଣୁ ରାଜ୍ୟ ସରକାର ନୂତନ ପେନସନ ନୀତି କୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଛନ୍ତି l