-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କ ର୍ଲା ମୁଣ୍ଡା ବ୍ଲକ ରେ ଏବେ ଠୁଁ ଜଳ ସଙ୍କଟ ଦେଖା ଦେଇଛି।ଫଳରେ ଜନଜୀବନ ପାଣି ପାଇଁ ଅନେକ୍ବ ସମସ୍ୟା ଭୋଗୁଛନ୍ତି।ଏହି ବ୍ଲକ ରେ ଥିବା ଉତେଇ ନଦୀ ରେ ପାଣି ନ ଥିବାରୁ ନଦୀ ଭରଷା ରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ହୋଇଥିବା ପ୍ରକଳ୍ପ ଗୁଡିକରେ ପାଇପ ଯୋଗେ ଜଳ ଯୋଗାଣ ସେବା ଗୋଟିଏ ପ୍ରକାର ଠପ୍ ହୋଇଯାଇଛି।ବିଶେଷ ଭାବେ ସରଗୁଲ ମାଲପଡା, ଜୋରାଡବରା, ରେଗଡା, ବୋରପଦର,ରିଂଜା, ସାପଲହରା ପ୍ରଭୁତି ପଞ୍ଚାୟତ ବାସୀ ମାନେ ନଦୀ ଶୁଖି ଯିବାରୁ ପାଇପ ପାଣି ପାଇବା ମୁସ୍କିଲ ହୋଇଥିବା ଅଭିଯୋଗ କରିଛନ୍ତି।ଅନ୍ୟ ପଟେ ବ୍ଲକ ର ପୌରକେଲା, ତେରେସିଙ୍ଗା,ଗଜବାହଲ, ରିଷିଡା,ରାଜପୁର, କର୍ଲାମୁଣ୍ଡା ପଞ୍ଚାୟତ ଗୁଡିକରେ ମଧ୍ୟ ପାନୀୟ ଜଳ ସମସ୍ୟା ଥିବା ଜଣାପଡିଛି। ଜଳ ସମସ୍ୟା ଦୂର କରିବାକୁ ରିଂଜା ପଞ୍ଚାୟତ ପକ୍ଷ ରୁ ଉତେଇ ନଦୀ ରେ ଜେସିବି ସାହାର୍ଯ୍ୟ ରେ ଚହଲା ଖୋଲିଥିଲେ ହେଁ ଜଳ ସମସ୍ୟା ଦୂର ହେଉ ନାହିଁ ବୋଲି ରିଂଜା ସରପଞ୍ଚ ପଞ୍ଚାନନ ବାଗ କହିଛନ୍ତି।ଏ ସମ୍ପର୍କରେ ବିଭାଗୀୟ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ଯନ୍ତ୍ରୀ ବିଭୂତି କିଷାନ ଙ୍କୁ ପଚାରିବାରୁ ବ୍ଲକ ରେ ମୋଟ ୭୭୯ ଟି ନଳକୁଅ କାର୍ଯ୍ୟକ୍ଷମ ରହିଛି, ନଦୀ ରେ ପାଣି ଶୁଖି ଯାଉଥିବାରୁ ପାଇପ୍ ପାଣି ଯୋଗେଇ ବାରେ ସମସ୍ୟା ଦେଇଥିବାରୁ ଟେଙ୍କର୍ ଯୋଗେ ଗାଁ ମାନଙ୍କୁ ପିଇବା ପାଣି ଯୋଗେଇ ବାକୁ ସରପଞ୍ଚ ମାନଙ୍କୁ କୁହା ଯାଇଛି ବୋଲି କହିଛନ୍ତି। ତେବେ ବ୍ଲକ ର ବଡ ଡୁଙ୍ଗୁରିଗୁଡା, କର୍ଲାମୁଣ୍ଡା, ରାଜପୁର,ଅଗାଧୁପୁର,କୁସୁରଲା,ରେଗଡା,ସାପଲହରା ,ଭଟାପଲା, କଣ୍ଡରେଇ,ସିରାବହାଲ ଆଦି ଅଞ୍ଚଳ କୁ ପାଇବ ଯୋଗେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଗୁଡିକ ର ନିର୍ମାଣ କାର୍ଯ୍ୟ କୁ ଶୀଘ୍ର ଶେଷ କରା ଗଲେ ଜଳ ଯୋଗାଣ ସମସ୍ୟା ଦୂର ହେଇ ପାରନ୍ତା ବୋଲି ବୁଦ୍ଧି ଯିବି ମହଲରେ ମତ ପ୍ରକାଶ ପାଇଛି।