-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
18-Nov-2020
ସୁରତ: ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ବେଳେ ସେଠାରେ ଥିବା ରୋଗୀଙ୍କ ଚିକିତ୍ସା ଚାଲିଥିଲା। ନିଆଁ ଲାଗିବା ପରେ ପ୍ରଥମେ ରୋଗୀଙ୍କୁ ସୁରକ୍ଷିତ ହସ୍ପିଟାଲ ବାହାରକୁ ଅଣାଯାଇଛି।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଆଜି ଅପରାହ୍ନରେ ଟ୍ରିଷ୍ଟାର ହସ୍ପିଟାଲରେ ନିଆଁ ଲାଗିବାରୁ ଏଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଖବର ସାମ୍ନାକୁ ଆସିଛି।*ନିଆଁ ଲାଗିବା ଯୋଗୁ ପ୍ରବଳ ଧୁଆଁ ବାହାରିଥିଲା। ଏହି କାରଣରୁ କିଛି ରୋଗୀ ଅଣନିଃଶ୍ୱାସୀ ହୋଇଯାଇଥିବା ଖବର ମଧ୍ୟ ମିଳିଛି। ଗୋଟିଏ ପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଥାନାନ୍ତର କରୁଥିବାର ଫଟୋ ସାମ୍ନାକୁ ଆସିଛି।