-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଛାତ୍ର କଂଗ୍ରେସର ବ୍ଲକ ସଭାପତି ମହେଶ୍ୱର ଗହୀରଙ୍କ ନେତୃତ୍ବରେ ୫୨ତମ ପ୍ରତିଷ୍ଠା ଦିବସ ତେରେସିଂହା ଗ୍ରାମରେ ପାଳିତ ହୋଇ ଯାଇଛି l କର୍ଲାମୁଣ୍ଡା ବ୍ଲକ କଂଗ୍ରେସର ସମ୍ପାଦକ ମଙ୍ଗଳ ମାଝୀ ସଭାପତିତ୍ବ କରିଥିଲେ l ଏଥିରେ କର୍ଲାମୁଣ୍ଡା 'ଖ' ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ମୁଖ୍ୟ ଅତିଥି, ବରିଷ୍ଠ କଂଗ୍ରେସ ନେତା ସନାତନ ନାଏକ, ମନୁ ରଣା, ଦାମା ଭୋଇ, ତ୍ରିଗତ ଭୋଇ, ଦୟାନିଧି ଭୋଇ, ଇନ୍ଦ୍ରମଣି ରଣା, ରାକେଶ ନାଗ ପ୍ରମୁଖ ଯୋଗଦେଇ ଥିଲେ l ଉପସ୍ଥିତ କର୍ମକର୍ତ୍ତାମାନେ ଛାତ୍ର କଂଗ୍ରେସର କାର୍ଯ୍ୟ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବାକୁ କଂଗ୍ରେସର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚୌଧୁରୀ ପ୍ରତିଶ୍ରୁତି ଦେଇଥିଲେ l