-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
ବଲାଙ୍ଗିର,(ଅନ୍ତର୍ଯ୍ୟାମୀ ସାହୁ) - ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବ୍ଲକ ସ୍ତରୀୟ ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ସଇଁନ୍ତଲା ବାଳିକା ବିଦ୍ୟାଳୟରେ ୮ମ ଶ୍ରେଣୀରୁ ଦ୍ୱାଦଶୀ ଛାତ୍ର ଛାତ୍ରୀମାନଙ୍କୁ ନେଇ ବକ୍ତୃତା, ରଚନା, କଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । “ସ୍ଥାନୀୟ ସ୍ୱାୟତ୍ୱ ଶାସନ : ବିକାଶ ଏବଂ ଜନା ଗଣ ଆନ୍ଦୋଳନ” ବିଷୟରେ ବକ୍ତୃତା ପ୍ରତିଯୋଗିତା ଓ “ସ୍ଥାନୀୟ ସ୍ୱାୟତ୍ୱ ଶାସନରେ ଉନ୍ନତିକରଣ: ବର୍ତ୍ତମାନ ଓ ଭବିଷ୍ୟତ” ବିଷୟରେ ରଚନା ଓ କଳା ପ୍ରତିଯୋଗିତା ହୋଇଥିଲା । ବକ୍ତୃତାରେ ଆଦର୍ଶ ବିଦ୍ୟାଳୟର ଛାତ୍ର ତୁଳସୀ କୁମ୍ଭାର, ରଚନାରେ ଏଏସ୍ଡି ସଇଁନ୍ତଲା ର ଝରଣା ଧରୁଆ, କଳାରେ ସଇଁନ୍ତଲା ବାଳିକା ବିଦ୍ୟାଳୟର ନିଳାନ୍ଦ୍ରୀ ରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏବିଇଓ ମହାଦେବ ମିଶ୍ର,
ନାରାୟଣ ଭୋଇଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମରେ ବିଚାରକ ଭାବରେ ଡେଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର, କେରମେଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ର, ବୁଢାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବରୁଣ କୁମାର ସାହୁ, ସଇଁନ୍ତଲା ଏସ୍ଏସ୍ଡି ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା, ସଇଁନ୍ତଳା ଉଚ୍ଚ ବିଦ୍ୟାଳୟର ଅଶୋକ କୁମାର ପ୍ରଧାନ, ବାଳିକା ବିଦ୍ୟାଳୟର ନିପୁନ କୁମାର ନାଏକ, କୁଆଁରଗାଁ ସ୍କୁଲର ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ର, ଡେଙ୍ଗ ବିଦ୍ୟାଳୟର ଶିକ୍ଷକ ରାମ ନାରାୟଣ ଦାଶ, କେରମେଲି ବିଦ୍ୟାଳୟର ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର କାର୍ଯ୍ୟ ତୁଳାଇ ଥିଲେ । କାର୍ଯ୍ୟକ୍ରମରେ ଆୟୋଜକ ସ୍କୁଲର ପ୍ରଧାନଶିକ୍ଷକ ଭୀମସେନ ଦେହୁରି, ଶିକ୍ଷୟତ୍ରୀ ରଂଜିତା ମିଶ୍ର, ଶିକ୍ଷକ ପ୍ରକାଶ ସାହୁ, ସିଆରସିସି ଶେଷଦେବ ପ୍ରଧାନ, ଚିନ୍ତାମଣି ସାହୁ, ବାସୁଦେବ ସୁନାତି ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।