-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
ବଲାଙ୍ଗିର,(ଅନ୍ତର୍ଯ୍ୟାମୀ ସାହୁ) - ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସଇଁନ୍ତଲା ଗୋଷ୍ଠି ଡାକ୍ତରଖାନାର କାର୍ଯ୍ୟରତ କର୍ମଚାରୀ ସୁବ୍ରତ ନାଗ, ରୀତା ଦେହେରି ଯୋଗ ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବୁଝାଇବା ସହ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଓ ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାର କିଭଳି ନିରାକରଣ କରାଯାଇ
ଲୋକମାନଙ୍କୁ ଉତ୍ତମ ସେବା ପ୍ରଦାନ କରାଯିବ ସେ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉତ୍ତମ ଏମ୍ଡିଏମ୍ ବଣ୍ଟନ ପାଇଁ ପାଚିକା ରାସେଶ୍ୱରୀ ରଣା ଓ ମୁନି ସାହୁଙ୍କୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଛାତ୍ରୀ ଶୃତି ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ ମେହେର ବର୍ତ୍ତମାନ ପର୍ଯ୍ୟନ୍ତ ୯୫% ରୁ ଅଧିକ ଛାତ୍ର ଛାତ୍ରୀ କରୋନା ଟିକା ନେଇଥିବାର ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, ଯଶୋବନ୍ତି ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଆଦିତ୍ୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।