-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||     

HOME   ଜିଲ୍ଲା

ଆଜି ଅଶୋକାଷ୍ଟମୀ_ଲିଙ୍ଗରାଜଙ୍କ_ରୁକୁଣାରଥ ଟଣା

09-Apr-2022



ବଲାଙ୍ଗୀର ,ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି । ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି । ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ସ୍ତ୍ରୀଲୋକଙ୍କ ଉପକାରୀ । ବିଶେଷକରି ପୁନର୍ବସୁ ନକ୍ଷତ୍ରରେ ଏହା ସେବନ କଲେ ଅଧିକ ଫଳପ୍ରଦ ହୁଏ । କିଛିଲୋକଙ୍କ ମତରେ ରାବଣ ଜଣେ ବୈଜ୍ଞାନିକ ଥିଲା ଏବଂ ସ୍ତ୍ରୀଲୋକଙ୍କ ପ୍ରଧାନ ଋତୁଜନିତ ରୋଗ ନିରାକରଣ ନିମିତ୍ତ ଅଶୋକବନ ସୃଷ୍ଟି କରିଥିଲେ । ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ହେବନାହିଁ ବୋଲି ରାବଣ ସୀତାଙ୍କୁ ସେଠାରେ ରଖାଇଥିଲେ ।

ଓଡ଼ିଶାରେ ପାଳିତ ହେଉଥିବା ଅଶୋକାଷ୍ଟାମୀ ସହ ଏହାସହ କୌଣସି ସାମଞ୍ଜସ୍ୟ ନାହିଁ । ରାମନବମୀ ସହିତ ଅଶୋକବନର ସମ୍ପର୍କ ମଧ୍ୟ କମ । କାରଣ ରାମଜନ୍ମ ତିଥିକୁ ଭିତ୍ତିକରି ଏହିଦିନ ପାଳନ କରାଯାଏ । ରୁକୁଣାରଥ ଶ୍ରୀକୃଷ୍ଣଙ୍କ ପତ୍ନୀ ରୁକ୍ମିଣୀଙ୍କ ନାମାନୁଯାୟୀ ନାମିତ ହୋଇଛି । ଏଭଳି ନାମକରଣ ବୈଷ୍ଣବ ଯୁଗରୁ ହୋଇଆସୁଥିବା ଅନୁମେୟ ।
ଏହିରଥ ଆରମ୍ଭ ହୋଇଛି ପ୍ରକୃତରେ ଅଶୋକଙ୍କ ସମୟରୁ । ଏହା ହିଁ ପ୍ରକୃତ ବିଜୟ ରଥ , ମାତ୍ର ଏ ବିଜୟ ଶିବଙ୍କର ନୁହେଁ । ଲକ୍ଷ ଲକ୍ଷ ଉତ୍କଳୀୟଙ୍କୁ ବଧକରି ଅଶୋକ ଯେଉଁ ବିଜୟଲାଭ କଲେ, ସେ ବିଜୟ ତାଙ୍କୁ ଆନନ୍ଦ ଦେଇପାରିଲା ନାହିଁ । ଉତ୍କଳୀୟଙ୍କ ଉଷ୍ମରକ୍ତରେ ତାଙ୍କ ହୃଦୟର କଠିନ ଆବରଣ ଉନ୍ମୋଚିତ ହେଲା । ଚଣ୍ଡାଶୋକରୁ ସେ ହେଲେ ଧର୍ମାଶୋକ । ତାଙ୍କରି ଚିହ୍ନସ୍ୱରୂପ ଯେଉଁ ବିଜୟୋତ୍ସବ ପାଳନ କରାଗଲା, ସେହି ବିଜୟର ଚିହ୍ନ ହିଁ ଆଜିର ଏ ରୁକୁଣା ରଥ । ଲିଙ୍ଗରାଜ ମନ୍ଦିରଠାରୁ ରଥ ଯେଉଁ ପର୍ଯ୍ୟନ୍ତ ଆସେ, ସେହି ସ୍ଥାନଟିର ନାମ ବିଜୟ ପଡ଼ିଆ ।
ସମସ୍ତଙ୍କର ଧାରଣା ତ୍ରିପୁରାସୁରକୁ ବଧକରି ଶିବ ରଥାରୋହଣ କରିଥିବା ହେତୁ ଏହି ରଥରେ ଶିବ ବିଜେ କରନ୍ତି ଏବଂ ସେହି ରଥର ସାରଥି ବ୍ରହ୍ମା ହୋଇଥିବାରୁ ରୁକୁଣା ରଥର ସାରଥି ବ୍ରହ୍ମା କୁହାଯାଏ । କିନ୍ତୁ ଅଶୋକାଷ୍ଟମୀ ଦିନ କେବଳ ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ଶିବଙ୍କର ଉତ୍ସବ ହୁଏନାହିଁ ଏବଂ ଏହିଦିନ ତ୍ରିପୁରାସୁର ମଧ୍ୟ ବଧ ହୋଇନଥିଲା । ତା’ହୋଇଥିଲେ ସର୍ବତ୍ର ଶିବ ବା ମହାଦେବଙ୍କ ପୀଠରେ ଏହି ଉତ୍ସବ ପାଳିତ ହେଉଥାନ୍ତା । ପ୍ରକୃତ କଥା ହେଲା ଅଶୋକଙ୍କ ପରେ ବୌଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି । ସେହି ଅନୁସାରେ ଅଶୋକଙ୍କ ବିଜୟ ରଥରେ ବୁଦ୍ଧ ପରିବର୍ତ୍ତେ ଶିବ ବା ମହାଦେବଙ୍କ ବିଜେ ପ୍ରତିମା ସ୍ଥାନ ପାଇଲେ । ଏହାପରେ ଯେତେବେଳେ ଉତ୍କଳୀୟ ରାଜା ବୈଷ୍ଣବ ଧର୍ମରେ ଅନୁପ୍ରାଣିତ ହେଲେ ସେତେବେଳେ ଶିବମୂର୍ତ୍ତି ସହିତ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ୱଦେଶରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥଟିର ନାମ ରୁକୁଣାରଥ ଦେଲେ । ରୁକୁଣାରଥର ଦିଅଁମାନେ ରଥରୁ ଉତୁରି ଯେଉଁ ମନ୍ଦିରରେ ରହନ୍ତି, ତାହା ରାମେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । କଥିତ ଅଛି ଯେ ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ପିଲାପିଲି ହେଉନାହାନ୍ତି ବା ପିଲାପିଲି ହୋଇ ମରିଯାଉଛନ୍ତି , ସେମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି ଅଶୋକାଷ୍ଟମୀ ପାହାନ୍ତାରେ ମରିଚିକୁଣ୍ଡରେ ସ୍ନାନ କରନ୍ତି । ଏହାଦ୍ୱାରା ସେମାନଙ୍କର ପିଲାପିଲି ହୋଇଥାଏ ବା ପିଲା ମରନ୍ତି ନାହିଁ ।
ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।

ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ିଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି । ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ ।
ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ । ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହା ଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। । ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ । ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ୱର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ। ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026
  ଜିଲ୍ଲା  
ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ   25-Aug-2026
  ଜିଲ୍ଲା  
*ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   25-Aug-2026

You Might Also Like