-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||     

HOME   ଜିଲ୍ଲା

କୁରୁଲ ଠାରେ ନିଶୁଲ୍କ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର- ପୋଷଣ ଅଭିଯାନ-୨୦୨୨ ଆୟୋଜିତ

03-Apr-2022



ବଲାଙ୍ଗିର-ତା.୦୩.୦୪.୨୨- ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ରାମଜୀ ହାଇସ୍କୁଲ ଠାରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତଥା ଜାତୀୟ ଆୟୁଷ ମିଶନ, ଆୟୁୁଷ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଁ’ ଏବଂ ଶିଶୁମାନଙ୍କର ରକ୍ତହୀନତା ପ୍ରତିରୋଧ ଏବଂ ପରିଚାଳନା ପାଇଁ ନିଶୁଳ୍କ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର- ପୋଷଣ ଅଭିଯାନ-୨୦୨୨ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାସ ଉଦଘାଟନ କରିଥିଲେ । ଶିବିରର ପ୍ରାରମ୍ଭରେ ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ସଭାରେ ଅଧ୍ୟକ୍ଷ ଡ. ଦାସ ବିଭିନ୍ନ ରୋଗର ନିରାକରଣ ଏବଂ ଔଷଧ ସେବନ ସମ୍ପର୍କରେ ସଚେତନ କରାଇବା ସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମାଁ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । କୁରୁଲ ସରପଞ୍ଚ ଅନିତା ସେଠ, ସମାଜସେବୀ ମାନସିଂ ସେଠ, ଡ. ସିମାଦ୍ରି ଭୂଷଣ ନାୟକ, ଡ. ଗଣେଷ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ   ଡ. ସୀମାଦ୍ରି ଭୂଷଣ ନାୟକ, ଡ. ତନୁ ଚନ୍ଦ୍ର ମରାଇ, ଡ. ଗଣେଷ ମେହେର, ଡ. ଅମ୍ବୁଜ ବିଶ୍ୱାଳ, ଡ. ସୁଧା ଦଣ୍ଡସେନା, ଡ. ଜ୍ୟୋତି ରଞ୍ଜନ ମେହେର, ଡ. ମନୋରଞ୍ଜନ ସାହୁ, ଡ. ସ୍ନେହଲତା ପଧାନଙ୍କ ସମେତ ୧୦ ଜଣ ସ୍ନାତୋକତ୍ତର ଡାକ୍ତର ଓ ହାଉସ ସର୍ଜନ ଡ. ଭବାନୀ ଶଙ୍କର ପାଣିଗ୍ରାହୀ, ଡ. ସୁଦିପ୍ତ ବେଜ, ଡ. ରୋଶନ କୁମାର ଦାଶ, ଡ. ଆଶିଷ କୁମାର ମୋଧା, ଡ. ହିମାଂଶୁ ପ୍ରଧାନ, ଡ. ସନ୍ତୋଷ କୁମାର ଧଳ, ଡ. ସତ୍ୟପୀର ମହାରଣା, ଡ. ସଂଗ୍ରାମ କେଶରୀ ସ୍ୱାଇଁ, ଶେଷ ବର୍ଷର ଛାତ୍ର ନିତେଶ ପାଣ୍ଡେ ଓ ସତ୍ୟମ ବେଉରା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ରକ୍ତ ସର୍କରା ପରୀକ୍ଷା, ହାଡ ସାନ୍ଦ୍ରତା ପରୀକ୍ଷା ଏବଂ

ରକ୍ତହୀନତା ପାଇଁ ହିମୋଗ୍ଲୋବିନ ପରୀକ୍ଷା ମାଗଣା କରାଯିବା ସହ ସମସ୍ତ ରୋଗର ଚିକିତ୍ସା ପାଇଁ ନିଃଶୁଳ୍କ ଔଷଧ ବଣ୍ଟନ  କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କୁରୁଲ ପଞ୍ଚାୟତର ଆଶା କର୍ମୀ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗୁଁ କୁରୁଲ ଗ୍ରାମ ପଞ୍ଚାୟତକୁ ଉତ୍ତମ ସେବା ପୁରସ୍କାର ମିଳି ଥିବାରୁ ପୁଇଁନ୍ତଳା ବ୍ଲକ ଚେୟାରମେନ ସରୋଜ କୁମାର ପ୍ରଧାନ ଓ ଭାଇସ ଚେୟାରମେନ ନିରିମା ଅମାତ ଯୋଗ ଦେଇ  ୬ ଜଣ ଆଶାକର୍ମୀ ସଂଯୁକ୍ତା ରାଉତ, ସଞ୍ଜିତା ପଟେଲ, ସବିତା ସେଠ, ରଶ୍ମୀତା ପଟେଲ, ମୀନା ପଟେଲ, ଉମା ସୁନା ଏବଂ ୬ ଜଣ ଅଙ୍ଗନୱାଡି କର୍ମୀ ରଶ୍ମୀତା ରାଏ, ଯୋଗଜନ୍ମା ସେଠ, ରାଜେଶ୍ୱରୀ ନାଗ, ପୁଷ୍ପଲତା ପଟେଲ, ପୁଷ୍ପଲତା ଦେଇ, ଗୀତାଞ୍ଜଳୀ ନାଗ ତଥା ଗାଁ କଲ୍ୟାଣ ସମିତିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏକାଦଶୀଆ ବାଗ, ସୁଧୀର ନାଗ, ଅସୀତ ପଟ୍ଟନାୟକ, ଅଶ୍ୱିନୀ ନାଏକ, ସନ୍ତୋଷ ପଟେଲ, ସୁଦାମ ଚରଣ ପଟେଲ, ମାନସିଂ ସେଠ ଓ ଶୁକଦେବ ପଟେଲ । ଏହି ଶିବିରରେ କୁରୁଲ ଗ୍ରାମ ପଞ୍ଚାୟତ ତଥା ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ରୋଗୀ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଶୁଳ୍କରେ ଔଷଧ ନେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026

You Might Also Like