-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ବଲାଙ୍ଗିର( ପ୍ରେରଣା ଖବର) କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ପରିଡାଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନିର୍ବାହୀଯନ୍ତ୍ରୀ ରବି ରଥ ବିଭାଗିୟ ଗୁରୁ ଦାୟିତ୍ୱ ହାତକୁ ନେଇଛନ୍ତି । ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଏବଂ ନୂତନ ଦାୟିତ୍ୱ ଗ୍ରହଣ ଉତ୍ସବରେ ବିଭାଗୀୟ ମୁଖ୍ୟ କିରାଣୀ ପ୍ରଦୀପ କୁମାର ଭୋଇ ପୌରହିତ୍ୟ କରି ବିଭାଗୀୟ ଯନ୍ତ୍ରୀ ଦ୍ୱୟଙ୍କୁ ଉପଢୈାକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ କାର୍ଯ୍ୟ ପଦ୍ଧତିର ସ୍ମୃତି ଚାରଣ କରିଥିôଲେ । ସମ୍ମାନୀୟ ଅତିଥି ଅଧିକ୍ଷଣ ଯନ୍ତ୍ରୀ କନ୍ଦର୍ପ ପଧାନ ନବନିଯୁକ୍ତି ଓ ସେବା ନିବୃତ୍ତି ଯନ୍ତ୍ରୀ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନଭଞ୍ଜନ ଶତପଥି, ବଚନଲାଲ ସାହୁ, ଅରବିନ୍ଦ ପ୍ରଧାନ, ନବିନ ପ୍ରଧାନ, ଦୟାନିଧି ପୁରୋହିତ, ସନ୍ତୋଷିବାଳା ସାହୁ, ଜାହିଦା ନିଶା ବେଗମ୍ , ଲଳିନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ମେହେର, ତ୍ରିଲୋଚନ ବେହେରା ପ୍ରମୁଖ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।