-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
03-Apr-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ *ଉଗାଦି ପର୍ବ* ଉତ୍ସାହର ସହ ପାଳିତ ହୋଇଯାଇଛି l ବି.ସତ୍ୟ ନାରାୟଣ ରାଓ ଙ୍କ ସଂଯୋଜନାରେ ଆରଧ୍ୟା ଦେବୀ ବୁଢିମା ଠାକୁରାଣୀଙ୍କ ପାରମ୍ପରିକ ଚୈତ୍ରପୂଜା ଓ ଆରଧନା ହୋଇଥିବାବେଳେ ସାହିର ମହିଳା ଓ ଶିଶୁଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଗାଦି ପର୍ବର ସମାବର୍ତ୍ତନ ସମାରୋହରେ
ବୁଢିମା ଯୁବକ ସଂଘର ସଭାପତି ଦିଲୀପ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ନୂତନ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ କାର୍ଯ୍ୟକ୍ରମ କୁ ଉଦଘାଟନ କରି ସରକାରୀ ତଥା ବେସରକାରୀ ସ୍ତରରେ ଅପ୍ରେଲ ପହିଲା ହିନ୍ଦୁ ତଥା ତେଲଗୁ ନବ ବର୍ଷ ଆରମ୍ଭ ରୁ ହିଁ ପ୍ରତ୍ୟେକ କାର୍ଯ୍ୟ ନୁଆଁ କରି ଆରମ୍ଭ କରାଯାଇଥାଏ ବୋଲି ମତ ରଖି ଏ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରି ରଖିବାରେ ତେଲଗୁ ଢେରା ସମ୍ପ୍ରଦାୟ ର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି କହି ଥିଲେ l ଏବଂ ଅଧ୍ୟକ୍ଷା ଶ୍ରୀମତୀ ନାୟକ ନିଜେ ମହିଳା ଙ୍କ ସହ ମ୍ୟୁଜିକ ଚେୟାର ପ୍ରତିଯୋଗିତା ରେ ଭାଗ ନେଇ ମଜା ନେଇଥିଲେ l ନୂତନ ମନ୍ଦିର ନିର୍ମାଣ କମିଟି ମୁଖ୍ୟ ସହଦେବ ପାତ୍ର ଓ ସଂପ୍ରଦାୟ ମୁଖ୍ୟ ନାରାୟଣ ପାତ୍ର ଓ ପୂର୍ବତନ କାଉନସିଲର ଜନ୍ମେଜୟ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ତେଲୁଗୁ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରାର ସ୍ବତନ୍ତ୍ରତା ଉପରେ ଆଲୋକପାତ କରିଥିବା ବେଳେ ଆଜିର ଚୈତ୍ର ଶୁକ୍ଲ ପ୍ରତିପଦା ତିଥିକୁ ଉଗାଦି ପର୍ବ ଭାବେ ପାଳନକରି
ଆସୁଥିବା ପରମ୍ପରା ଉତ୍ତରପୀଢିକୁ ସଂସ୍କୃତି କ୍ଷେତ୍ରରେ ସଚେତନ କରୁଛି ବୋଲି କହିଛନ୍ତି ।ଆଜି ଏ ଉପଲକ୍ଷେ ଆୟୋଜିତ ହୋଇଥିବା କିଛି ପ୍ରତିଯୋଗିତାରେ ଜୁନିଅର ବର୍ଗର ମ୍ୟୁଜିକ ଚେଆରରେ କେ ସାଇପ୍ରସାଦ,ବିଶ୍ୱାସ ପାତ୍ର,ସିନିଅର ରେ ଜ୍ୟୋତି ପାତ୍ର, ଗାୟତ୍ରୀ ପାତ୍ର,ଡ୍ରଇଂରେ ପିଙ୍କି ରାଓ,ଦେବିକା ପାତ୍ର,ବି,ଆଦିତ୍ୟ ପାତ୍ର,ଝୋଟି ରେ ସଙ୍ଗିତା ପାତ୍ର,ସ୍ୱାତି ପାତ୍ର, ଏମ୍ ଶ୍ରୀଦେବୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓତୃତୀୟ ହୋଇଥିଲେ ସେହିପରି ନୃତ୍ୟ ସୋଲୋରେ ବି, ଦକ୍ଷୀତା,ଦେବିକା ପାତ୍ର,ବି, ସଂଜନା ଓ ସାଥି ପ୍ରଥମ ଓ ଆୟୁଷ୍ମାନ୍ ଓ ସାଥି ଦ୍ୱିତୀୟ ଓ ଗୀତରେ ଲାବଣ୍ୟା ଓ ସାଥି ସେହିପରି ଉଦଘୋଷିକା ଭାବରେ ସଙ୍ଗୀତା ପାତ୍ର ଓ ଲାବଣ୍ୟା ପାତ୍ର କାର୍ଯ୍ୟ ତୁଳାଇଥିଲେ ଶେଷରେ ଶ୍ୟାମସୁନ୍ଦର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, 7 ନମ୍ବର ୱାର୍ଡ କାଉନସିଲର ରାଜ କିଶୋର ରାଓ ଏଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏ ସମସ୍ତ କାର୍ଯ୍ୟକ୍ରମ କୁ ଉପଭୋଗ କରି ଆୟୋଜକ ଙ୍କୁ ଉତ୍ସାହିତ କରିଥିବା ବେଳେ ଯୁବ ନେତା ଆନନ୍ଦ ପାତ୍ର, ଅକ୍ଷୟ ପାତ୍ର,ଅରକ୍ଷିତ ପାତ୍ର, ,ଲୁଲୁ ପାତ୍ର, କୈଳାସ ପାତ୍ର ସ୍ୱାଗତ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଢେରା ସମ୍ପ୍ରଦାୟ ସମେତ ସହର ସମସ୍ତ ଅଂଚଳ ର ବୁଦ୍ଧିଜୀବୀ, ମହିଳା, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l