-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
02-Apr-2022
ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ର ଡାଙ୍ଗବାହାଲ ଓ ଜଗଲପାଟ ଗ୍ରାମ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ମିଳିତ ଭାବରେ ଆଜି ତା ୨-୪-୨୦୨୨ ଦିନ ଶନିଶ୍ଚର ବଜାର ପଲ୍ଲୀବିକାଶ ଠାରେ ଆଜି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ବ୍ଲକ ସମ୍ପାଦକ ଗଜପତି ସାହୁ ଙ୍କ ନେତୃତ୍ୱରେ ରେ ଶ୍ରୀଯୁକ୍ତ ତରଣୀ ସେନ ପଧାନ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ପଂଚାୟତ ସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀ ମାନଙ୍କ ଅନେକ ଗୁରୁତ୍ୱ ସମସ୍ୟା ବିଷୟରେ ଆଲୋଚନା କରା ଯାଇ ଥିଲା l ବିଦ୍ୟୁତ ବିଲ ସମସ୍ୟା, ବୀମା ସମସ୍ୟା, ମରୁଡି କୁ ମୁଖ୍ୟ ପ୍ରସଙ୍ଗ କରାଯାଇ ଆଗାମୀ 4 ତାରିଖ ରେ ହେବାକୁ ଥିବା ଆନ୍ଦୋଳନ ଓ ତାଲାବନ୍ଦ କୁ ବହୁ ସଂଖ୍ୟାରେ ସାମିଲ ହୋଇ ସମର୍ଥନ କରିବାକୁ ନିଷ୍ପତି ନିଆଗଲା l ସବୁ ବେଳେ ଚାଷୀ ମାନଙ୍କ ଅସୁବିଧା ରେ ଛିଡା ହୋଇ ଲଢ଼ିବା ଓ କୃଷକ ମାନଙ୍କ ସମସ୍ତ ପ୍ରକାର ଅସୁବିଧା ରେ ଏହି ସଂଗଠନ କାର୍ଯ୍ୟ କରିବ ଏବଂ ଏକତ୍ରିତ ହୋଇ ଲଢ଼ିଲେ ସବୁ ସମସ୍ୟା ର ସମାଧାନ ହେଇ ପାରିବ ବୋଲି ସଂଘର ବ୍ଲକ ସମ୍ପାଦକ ଗଜପତି ସାହୁ ଆହ୍ୱାନ କରିଥିଲେ l
ଏହି କମିଟିରେ ଡାଙ୍ଗବାହାଲ ଗ୍ରା ପ ର ପୁରୁଷୋତ୍ତମ ସାହୁ ସଭାପତି,ଡୋଲାମଣୀ ସାହୁ ଉପ ସଭାପତି, ଡୋଳାମଣି ସାହୁ(କ)ସମ୍ପାଦକ,ସପ୍ତମ ନାୟକ ସହ ସମ୍ପାଦକ,ଜୟ ପ୍ରକାଶ ସାହୁ କୋଷାଧ୍ୟକ୍ଷ,ଉପଦେଷ୍ଟା ସୁଦର୍ଶନ ସାହୁ,ତ୍ରିନାଥ ସାହୁ,ଫଗୁନୁ ଚରଣ ବାଗ, ମହାଦେବ ସାହୁ,କ୍ଷୀତି ସାହୁ,ସୁକଦେଵ ସରାପ ଓ ଜଗଲପାଟ ଗ୍ରାମ ପଂଚାୟତ ର ଜିନ୍ଦା ଭୋଇ ସଭାପତି,ପାନ ଥପା ଉପ ସଭାପତି, ସଞ୍ଜୟ ଜର୍ଜରୀଆ ସମ୍ପାଦକ, ଚେରମେନ ସାହୁ ସହ ସମ୍ପାଦକ, ବିପିନ ସାହୁ କୋଷଧକ୍ଷ ଚୟନ କରି ୨୧ ଜଣିଆ ଲେଖା କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନ ର ଦାୟିତ୍ୱ ପ୍ରଦାନ କରl ଯାଇଥିଲା l
ଚାଷୀ ମାନଙ୍କ ପାଇଁ ରାଜବୋଡାସମ୍ବରକୃଷକସଙ୍ଗଠନ ରେ ଏକଜୁଟ ହେଇ କାମ କରିବା ପାଇଁ ଆଲୋଚନା କରାଗଲା l ଏହି ବୈଠକ ରେ ବ୍ଲକ ସଂଗଠନ ର ସମ୍ପାଦକ ଗଜପତି ସାହୁ, ସୁଜିତ ପାତ୍ର,ସୁରେଶ ଜୁଆଡି ଓ ୨ ଗୋଟି ପଞ୍ଚାୟତ ର ବହୁ ଚାଷୀ ଅନେକ ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ l