-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
02-Apr-2022
ନୂଆପଡ଼ା:-ଆଜି ନୂଆପଡ଼ା ର ୩୧ ଟି ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କୁ ନେଇ ସରପଞ୍ଚ ସଂଗଠନ ର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକ ରେ ଯାଉଥିବା ଭଏସାଟାଲ ର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।ସେ ନୂଆପଡ଼ା ବ୍ଳକ ର ଜଣେ ଲୋକପ୍ରିୟ ନେତା ଭାବେ ବେଶ ଜଣାଶୁଣା ।ସେ ପୂର୍ବରୁ ପରକୋଡ ଗ୍ରାମପଞ୍ଚାୟତ ରେ
ଦୁଇଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ବେଶ ଜନହିତକର କାର୍ଯ୍ୟ ମାନ କରିଛନ୍ତି । ଆଗରୁ ଶ୍ରୀ ନାଏକ ପ୍ରଥମେ ଶିଶୁ ଶ୍ରମିକ ମାନଙ୍କୁ ଶିକ୍ଷକ ଭାବରେ ଶିକ୍ଷାଦାନ କଲାପରେ ରାଜନୈତିକ ରାସ୍ତା କୁ ଆପଣାଇ ଆଜି ଜଣେ ଉଚ୍ଚ କୋଟୀର ନେତା ଭାବେ ସୁପରିଚିତ ହୋଇଛନ୍ତି ସମଗ୍ର ନୂଆପଡ଼ା ଜିଲ୍ଲା ରେ ।ସେ ଯେତେବେଳେ ପୂର୍ବରୁ ସରପଞ୍ଚ ଦାୟିତ୍ୱ ଦୁଇ ଦୁଇ ଥର ତୁଲାଇଥିଲେ ସେତେବେଳେ ପରକୋଡ ଗ୍ରାମପଞ୍ଚାୟତ ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାର ଜଣାଯାଏ ।ଏଭଳି ଏକ ମହାନ ବ୍ୟକ୍ତିବିଶେଷ ଙ୍କୁ ସରପଞ୍ଚ ୟୁନିୟନର ସଭାପତି ଭାବରେ ପାଇ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଶ୍ରୀମାନ ଦିଲ୍ଲିପ ନିର୍ମଲକର ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି