-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ବଲାଙ୍ଗୀର,(ପ୍ରେରଣା ଖବର): ଚଳିତ ୨ଠ୨୨-୨୩ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସାବ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ ଠାରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ ଅଧିକାରୀ ଅରବିନ୍ଦାକ୍ଷ ପୂଜାରୀଙ୍କ ରିପୋର୍ଟ ଆଧାରରେ ସଂଘର ପୂର୍ବତନ ସଭାପତି ପ୍ରବୀଣ ମିଶ୍ର ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ କରାଇବା ପାଇଁ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ସଂଘର ସଭାପତି ଭାବରେ ଅମରେଶ ତ୍ରିପାଠୀ ସଂପାଦକ ଭାବରେ ଅଧିକାରୀ ଦନ୍ତା, ଉପସଭାପତି ଭାବରେ ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ଭାବରେ ରୁଦ୍ର ଥନାପତି, ଯୁଗ୍ମ ସଂପାଦକ ଭାବରେ ସୁମିତ ଖୁଆସ ଓ ଅଡିଟର ଭାବରେ ସନ୍ଦିପନ ମିଶ୍ର ଶପଥ ନେଇଥିଲେ । କାର୍ଯ୍ୟକାରୀ କମିଟକ ନିର୍ବାଚିତ ହୋଇଥିବା ବୀରେନ ମିଶ୍ର, ଶଙ୍କର ମିଶ୍ର, ରବି ବହିଦାର, ଅଶିତ ଷଡଙ୍ଗୀ,ଦୀନେଶ ନାଗ, ପ୍ରମୋଦ ବହିଦାର, ସମୀର ମିଶ୍ର ଚନ୍ଦ୍ରଶେଖର ମିଶ୍ର, ଆର୍ତ୍ତତ୍ରାଣ ପୁରୋହିତ, ରାଜେନ୍ଦ୍ର ମିଶ୍ର, ଶ୍ରୀନିବାସ ରାଓ ପ୍ରମୁଖ ଶପଥ ନେଇ ଥିଲେ । ସଂଘର ପୂର୍ବତନ ସଂପାଦକ ଅମନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଉମାକାନ୍ତ ସାହୁ, ପ୍ରମୋଦ ତ୍ରିପାଠୀ, ସୁରଶ ପାଠୀ, ଦେବାଶିଷ ବିଶ୍ୱାଲ ପ୍ରମୁଖ ନିଜସ୍ୱ ମତାମତ ରଖିଥିଲେ ।