-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ବରଗଡ଼ - ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ କୁ ବରଗଡ଼ କୋଶଲ ବାହିନୀ ଓ କୋଶଲ କୋଅଡିନେଶନ କମିଟି ବିରୋଧ କରି ବନ୍ଦେ ଉତ୍କଳ ଜନନୀ ସଗୀତ କୁ ବନ୍ଦ କରିବା ପାଇଁ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ କୁ ଆବାହକ ସୁରେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଚରମ ପତ୍ର ପ୍ରଦାନ କରାଯାଇଛି ।୧ ଏପ୍ରିଲ ରେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ପାଳନ କରାଯାଉଥିବା ଉତ୍କଳ ଦିବସ ବା ଜିଲ୍ଲା ପ୍ରତିଷ୍ଠା ଦିବସରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ
କରାଗଲେ ପରିଣତି ଭୟଙ୍କର ହେବ ବୋଲି ଚେତାବନୀ ଦେବାସହ ଦୃଢ଼ତା ସହ ଜିଲ୍ଲା ବ୍ଯାପୀ ବିରୋଧ କରାଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।ପ୍ରତ୍ୟେକ ବର୍ଷ କୋଶଲ କମିଟି ତରଫରୁ କୋଶଲ ରାଜ୍ୟ ଦାବି କରି ଏହି ଏପ୍ରିଲ ଏକ କୁ କଳାଦିବସ ପାଳନ କରି କଳା ପତାକା ପ୍ରଦର୍ଶନ କରାଯାଏ । ଏଥର ମଧ୍ୟ ଏକ ଏପ୍ରିଲ କୁ କଳାଦିବସ ପାଳନ କରିବା ପାଇଁ କୋଶଲ କୋଅଡିନେଶନ କମିଟି ଆହ୍ବାନ ଦେଉଛି ।ଏହି ଅବସରରେ ବରଗଡ଼ ଜିଲ୍ଲା କୋଶଲ ବାହିନୀ ର ଶତାଧିକ ସମର୍ଥକ ଚରମପତ୍ର ପ୍ରଦାନ କରିଛନ୍ତି ।