-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||     

HOME   ଜିଲ୍ଲା

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ବିଳନୀ ଅନୁଷ୍ଠିତ

31-Mar-2022



 ବୌଦ୍ଧ(ପ୍ରେରଣା ଖବର)  ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ  ୨୦୨୨ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବିଳନୀ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜୟ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶା କର୍ମୀ ଙ୍କ ଭୂମିକା କୁ ପ୍ରଶଂସା କରିଥିଲେ l ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, କୋଭିଡ ମହାମାରୀର ମୁକାବିଲା କରିବା କ୍ଷେତ୍ରରେ ଆଶା କର୍ମୀ ଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ l ଚଳିତ ବର୍ଷ ନିମନ୍ତେ ଶ୍ରେଷ୍ଠ ଆଶା ଭାବେ ବୌଦ୍ଧ ବ୍ଲକ ର ଚନ୍ଦ୍ରମା ମେହେର, ହରଭଙ୍ଗା ବ୍ଲକ ର ନିଶାବତୀ ଦେହୁରୀ, କଣ୍ଟାମାଳ ବ୍ଲକ ର ରୀତା ପ୍ରଧାନ ଙ୍କୁ, ସୁସ୍ଥ ଗାଁ ଭାବରେ ବୌଦ୍ଧ ବ୍ଲକ ର ଗୋଛାପଡା, ହରଭଙ୍ଗା ବ୍ଲକ ର କୃଷ୍ଣପାଲି ଓ କଣ୍ଟାମାଳ ବ୍ଲକ ର ଶିଆଲିଝୁଲି, ଓ ସୁସ୍ଥ ପଞ୍ଚାୟତ ଭାବରେ ଯଥାକ୍ରମେ ଶଗଡା, ବନ୍ଧାପଥର, ଓ ଯୋଗେନ୍ଦ୍ରପୁର ପଞ୍ଚାୟତ କୁ ପୁରସ୍କାର ଅର୍ଥ ରାଶି ଭାବେ ଦଶ ହଜାର ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠିର ସହ ଭାଗିତା ବାର୍ତ୍ତା କୁ ନେଇ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ସମ୍ବିଳନୀ ରେ ଜିଲ୍ଲାର ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ୱ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏ ଏନ ଏମ, ପଂଚାୟତିରାଜ ଲୋକପ୍ରତିନିଧି ତଥା ବହୁ ସରକାରୀ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ l ପରେ ପରେ ଆଶା ଓ ଅଙ୍ଗନବାଡି

କର୍ମୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥି ସହିତ ଜିଲ୍ଲାରେ ଯକ୍ଷ୍ମlନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶା କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୋଷ କୁମାର ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଡିପିଏମ ରୂପକ ମହାପାତ୍ରଓ ସ୍ୱାସ୍ଥ୍ୟ ବିଭାଗ ର ଅନାନ୍ୟା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଆଶା ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   31-Aug-2026

You Might Also Like