-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଓଡିଶା ସରକାର ଗରୀବ ମୁଲିଆଙ୍କ ଲାଗି ଯୋଜନା ଉପରେ ଯୋଜନା କରି ଚାଳିଛନ୍ତି ହେଲେ ତାହା ଲୋକଙ୍କ ପାଖରେ ନ ପହଂଚି ଅଧ ବାଟରେ ଆତ୍ମସାତ ହୋଇଯାଉଛି l ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ଆଗଲପୁର ବ୍ଲକ ରୋତ ପଂଚାୟତରେ ଦେଖିବାକୁ ମିଳିଛି ଏକ ମନରେଗା ଦୁର୍ନୀତି l ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବାର କିଛି ଦିନ ନ ପୂରୁଣୁ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକରୁ l ଆଗଲପୁର ବ୍ଲକ ରୋଥ ପଞ୍ଚାୟତରେ ଲୋକେ ମନରେଗା ଯୋଜନାରେ ଉପର କଟା, ରୁଗୁଡ଼ିକଟାରେ ଦୀର୍ଘ ୨ ବର୍ଷ ହେଲାଣି ମାଟିକାମ କରିଛନ୍ତି l ହେଲେ ଆଜି ସୁଦ୍ଧା ସେମାନେ ପ୍ରାପ୍ୟ ପାଇ ନାହାନ୍ତି l ଲୋକଙ୍କ ଅଭିଯୋଗ ମୁତାବକ ରୋତ ଗ୍ରାମର ପ୍ରାୟ ୭୦ ଜଣ ଶ୍ରମିକ ଉପର କଟା ଓ ରୁଗୁଡି କଟାରେ ମାଟି ବୋହିଥିଲେ l ଝାଳବୁହା ପରିଶ୍ରମ କରି ଗରିବ ନିରୀହ ଲୋକମାନେ ୨ ମାସ ପର୍ଯ୍ୟନ୍ତ କାମ କରିଛନ୍ତି, ହେଲେ ଦୁଃଖର
ବିଷୟ ଏହା ଯେ ସେମାନେ ଆଜି ଯାଏ ମଜୁରୀ ପାଇନାହିଁ l ବର୍ତମାନ ସେମାନଙ୍କ ପରିବାର ଅତି ଦୁଃଖର ସହ ଜୀବନ ବିତାଉଥିବା ପ୍ରକାଶ କରିଛନ୍ତି l ରୋଥ୍ ପଞ୍ଚାୟତର ପୂର୍ବତନ ସରପଂଚ, ଗ୍ରାମ ରୋଜଗାର ସେବକ, ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ସେମାନେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଆକାରରେ ଦେଇଛନ୍ତି, ହେଲେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି l ଲୋକମାନେ ସରକାରଙ୍କୁ ଅନୁରୋଧ କରିବା ସହ ଦୁଃଖର ସହ ଜଣାଇଛନ୍ତି ଯେ ଅତିଶିଘ୍ର ପ୍ରଶାସନ ଏ ବିଷୟ ପ୍ରତି ଦୃଷ୍ଟିଦେଇ ଉଚିତ ପଦକ୍ଷେପ ଗ୍ରହଣ କରି ଶ୍ରମିକ ମାନଙ୍କ ନିର୍ଦ୍ଧାରିତ ମଜୁରୀ ଦିଆଯାଉ l