-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଚାଇଲ୍ଡଲାଇନ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହଠାରେ ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଇଲ୍ଡଲାଇନର କନ୍ଧମାଳ ଜିଲ୍ଲା ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ସମ୍ମାନିତ ଅଥିତି ଭାବେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ, ଜିଲ୍ଲା ସଂଯୋଜିକା ରଂଜିତା କାମ୍ପୋ ପ୍ରମୁଖ ମଂଚାସୀନ ଥିଲେ । ଶିବ ଶଙ୍କର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ସଂଯୋଜିକା ରଂଜିତା କାମ୍ପୋ ସବୁ ଶିଶୁଙ୍କର ମୌଳିକ ଅଧିକାର ପ୍ରଦାନ କରିବା ସହ ଶିଶୁ ମାନଙ୍କ ନିମନ୍ତେ ଥିବା ସମସ୍ତ ଆଇନଗତ ସହାୟତା ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ତିନୋଟି ସ୍ଥାନ ଜିଉଦୟଗିରି,ବାଲିଗୁଡା ଓ ଦାରିଙ୍ଗିବାଡି ଠାରେ ଏକ ସବ ଷ୍ଟେସନ ମାନ ଖୋଲାଯିବ । ପିଲା ମାନଙ୍କ ବାଲ୍ୟ ବିବାହ ଓ ଦଶମ ପାସ ହେବା ପରେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଥିବା ପିଲାଙ୍କୁ ରୋକିବା ସହ ସେମାନଙ୍କ ପାଠପଢା
ଉପରେ ଗୁରୁତ୍ୱ ଦେବା ଆଦି ଆଲୋଚନା ହେବା ସହ ଚାଇଲ୍ଡଲାଇନ ଓ ଗଣମାଧ୍ୟମ ମଧ୍ୟରେ କିଭଳି ଭଲ ସର୍ମ୍ପକ ରହିପାରିବ ଓ ସୋସିଆଲ ମିଡିଆରେ ଚାଇଲ୍ଡ ଲାଇନ ତାଙ୍କର ସବୁ କାର୍ଯ୍ୟକଳାପକୁ ଗୁରୁତର ଦେବେ,ସବୁ ଦୋକାନରେ ଶିଶୁ ଶ୍ରମିକ ନିୟୋଜିତ କରିବା ଆଇନଗତ ଅପରାଧ,ଦାଦନ ଚାଲାଣ,ବାଲ୍ୟ ବିବାହ ଆଦି ସବୁ ବିଷୟ ନଜରକୁ ଆସିଲେ ସଙ୍ଗେ ସଙ୍ଗେ ଚାଇଲ୍ଡଲାଇନ ଫୋନ ନଂ ୧୦୯୮କୁ ଫୋନ କରି ଜଣାଇଲେ ବା ସୁଚନା ଦେଲେ, ତାହା ଉପରେ ଚଢାଉ କରି କାର୍ଯ୍ୟାନଷ୍ଠାନ ନିଆଯିବ ଆଦି ସବୁ ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଚାଇଲ୍ଡ ଲାଇନର ସଦସ୍ୟ ଦିଲିପ କୁମାର ଦାସ, ଅନୁପମ ସାହୁଙ୍କ ସମେତ ବିଶ୍ୱଜିତ ଜେନା,ଖଗେଶ୍ୱର ନାୟକ ଓ ଅଞ୍ଚଳର ବହୁ ଖବରଦାତା ମାନେ ଉପସ୍ଥିତ ଥିଲେ ।