-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ଖପ୍ରାଖୋଲ (ବସନ୍ତ ମେହେର) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖପ୍ରାଖୋଲ ବ୍ଲକର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏହି ସ୍ଥାନର ଆଶାନୁରୂପକ ବିକାଶ ଆଜିଯାଏଁ ହୋଇନାହି। ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ପରାମର୍ଶ ନ ନେଇ କାମ ହୋଇ ଥିବା ବେଳେ ତାର ମାନ ,ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ବଚି ସୃଷ୍ଟି ହୋଇଥିବା ସ୍ଥାନୀୟ ବଣିକ ସଂଘ କ୍ଷୋବ ପ୍ରକାଶ କରିଛି। ଏହା ସହ ତିନିଦଫା ଦାବି ନେଇ ବଣିକ ସଙ୍ଘ ତରଫରୁ ବୁଧବାର ହରିଶଙ୍କର ଚିଡିଆଖାନା ଠାରେ ରାସ୍ତା ରୋକ କରାଯାଇଥିଲା । ରାସ୍ତାରୋକ ଯୋଗୁଁ ଗାଡି ଚଲା ଚାଲ ସମ୍ପୁର୍ଣ୍ଣ ଠପ ହୋଇ ଯାଇଥିଲା ବେଳେ ଦୂର ଦୁରନ୍ତର ରୁ ଆସିଥିବା ଶହ ଶହ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ରହିଥିଲେ । ବଣିକ ସଂଘ ଦାବି ଗୁଡ଼ିକ ମଧ୍ୟରେ ପର୍ଯ୍ୟଟନ ବିଭାଗ ତରଫରୁ ନିର୍ମାଣଧିନ ବଜାର ଗୃହ ର ଆୟତନ ଛୋଟ ରହୁଥିବା ବେଳେ ଏହାକୁ ବଢ଼ାଇ ୧୦ ଫୁଟ / ୧୨ ଫୁଟ କରାଯାଉ, ଭୂମିହୀନ ଦୋକାନୀକୁ ଥଇଥାନ କରିବାକୁ ଦାବି
କରିଥିଲେ । ଆନ୍ଦୋଳନ ସ୍ଥଳ କୁ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟା ନନ୍ଦ ସେଠୀ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିଥିଲେ । ଆନ୍ଦୋଳନ କାରୀମାନେ ନିଜ ଜିଦ ରେ ଅଟଳ ରହିବା ସହ ସମସ୍ୟା ର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ଅଡ଼ି ବସିଥିଲେ । ଉପଜିଲ୍ଲାପାଳ ଆଲୋଚନା ପାଇଁ ନିର୍ଭର ପ୍ରତିଶୃତି ପରେ ମଧ୍ୟାହ୍ନ ରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଉପସ୍ଥିତ ଥିଲେ