-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବରଗଡ଼ (ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ଭୁବନେଶ୍ୱର ହୋଟେଲ ମେ ଫେୟାର କନଭେନ୍ସନ ଠାରେ "କନକ ନିଉଜ୍" ତରଫରୁ ଆୟୋୟିତ ହୋଇଥିବା "ଓମେନ କନକ୍ଲେଭ ଅନନ୍ୟା-୨୦୨୨"ରେ ସମ୍ମାନିତ କରାଯାଇଛି|ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଦୀପାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ|
ଏଠାରେ ସୂଚନାଯୋଗ୍ୟ ଯେ ଦୀପା ବାରିକ ଏକ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଓ ଅଧୁଷିତ ଟେମରି ଗ୍ରାମରୁ ହେଇଥିଲେ ମଧ୍ୟ ବରଗଡ଼ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ସମସ୍ୟା ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରି ଏ ପର୍ଯ୍ୟନ୍ତ ୫ ହଜାର ସମସ୍ୟାର ସମାଧାନ କରିସାରିଛନ୍ତି ଯେଉଁଥିପାଇଁ ସେ ବର୍ତ୍ତମାନ ରାଜ୍ୟର ଏକ ଚର୍ଚ୍ଚିତ ମହିଳା ସ୍ୱେଚ୍ଛାସେବୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି.ଟ୍ୱିଟର ମାଧ୍ୟମରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳର ବିଭିନ୍ନ ସମସ୍ୟା ଗୁଡିକୁ ଅଣଦେଖା
ନ କରି ସଦାସର୍ବଦା ତାହାର ସମାଧାନ ପାଇଁ ଦୀପା ସଦାସର୍ବଦା ଚେଷ୍ଟା କରିଆସୁଛନ୍ତି,ନିଜ ଗାଁରୁ ଆରମ୍ଭ କରି ନିଜ ବ୍ଲକ ତଥା ଜିଲ୍ଲାର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ କରିବା ପରେ ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଆସୁଛନ୍ତି ଯାହାଦ୍ୱାରା ଲୋକଙ୍କ ସମସ୍ୟାର ସମାଧାନ ହେବା ଫଳରେ ଲୋକେ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି. ଗତ ମାର୍ଚ୍ଚ ୮ ମହିଳା ଦିବସରେ ସମ୍ବାଦ ରେ ଦୀପାଙ୍କ କାମ ଗୁଡିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା ଯାହାକି ଓଡ଼ିଶାର ଯୁବପିଢ଼ିଙ୍କୁ ଅନେକ ପରିମାଣରେ ଅନୁପ୍ରାଣିତ କରିବାରେ ସହାୟକ ହୋଇପାରିଛି