-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ପୋୖର ନିର୍ବାଚନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିରେ ଅଧ୍ୟକ୍ଷ ପଦବୀରେ ବିଜୟୀ ହୋଇ ଥିବା ବିଜେପିର ଶିଵ ରାମ ସାହୁ ବୁଧବାର ଦିନ ବିଧି ବଦ୍ଧ ଭାବରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏନଏସି କାର୍ଯ୍ୟାଳୟରେ ପ୍ରବେଶ ପୂର୍ବରୁ ପ୍ରଥମେ ପୂଜା ଵିଧି କରା ଯାଇ ଥିଲା।ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଏନଏସି ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଶିବରାମ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ।ରେଢାଖୋଲ ଏନଏସି ଅଞ୍ଚଳର
୧୩ୱାର୍ଡରେ ବିକାଶ କରା ଯିବ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ, ଆଲୋକ ବ୍ୟବସ୍ଥା ଓ ରାସ୍ତା ଘାଟର କିପରି ଉନ୍ନତି ହୋଇ ପାରିବ ତାହା ଉପରେ ଅଧିକ ଗୁରୁତ୍ୱ ଦେଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରା ଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ , ନଗର ସଭାପତି ରାମାନୁଜ ମହାପାତ୍ର , ଅଲେଖା ନନ୍ଦ ପ୍ରଧାନ, ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଅନିଲ ପୃଷ୍ଟି , ପ୍ରକାଶ ମୁଖି , ଭରତ ନାଗ , ନଗର ସାଧାରଣ ସମ୍ପାଦକ ନରେନ୍ଦ୍ର ମଲ୍ଳିକ ପ୍ରମୁଖ ବହୁ ଦଳୀୟ କର୍ମୀ ଇପସ୍ଥିତ ଥିଲେ। ଉଲ୍ଲେଖ ଥାଉକି ଶିବ ରାମ ସାହୁ ୨୯୯୨-୯୩ ବର୍ଷରେ ଯୁକ୍ତ ୨ରେ ଛାତ୍ର ସଂସଦର କ୍ରୀଡା ସଂପାଦକ ଭାବରେ ଛାତ୍ର ଜୀବନରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି। ୟାରୀ ଭିତରେ ସେ ଆଉ ପଛକୁ ଫେରି ନାହାନ୍ତି। ଛାତ୍ର ଜୀବନ ରାଜନୀତିରୁ ଆରମ୍ଭ ହୋଇ ଜୀବନରେ ବହୁ ଘାତ ପ୍ରତିଘାତର ସଂଘର୍ଷ ମଧ୍ୟ ଦେଇ ସେ ଆଜି ଅଧ୍ୟକ୍ଷ ପଦବୀରେ ପହଞ୍ଚି ଛନ୍ତି
ବୋଲି ସେ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ ସେ ୨୯୯୬ ମସିହା ଯୁକ୍ତ ୩ର ଶେଷ ବର୍ଷରେ ସାଧାରଣ ସମ୍ପାଦକ, ବିଜେପି ନଗର ସଭାପତି, ତାଙ୍କ ପତ୍ନୀ ମମତା ସାହୁଙ୍କୁ କାଉନସିଲର ପଦବୀରେ ବିଜୟୀ କରି ଥିଲେ। ସେହିପରି ସମାଜ ସେବା ସହ ପ୍ରକୃତି ପ୍ରେମୀ, ଶବ ସଂସ୍କାର, ସ୍ୱାସ୍ଥ୍ୟ ସେବା ଆଦି ଅନେକ ସେବା କାର୍ଯ୍ୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରି ଥିଲେ । ଆଜିର ଏହି ଅଧ୍ୟକ୍ଷ ପଦବୀରେ ବସି ଥିବାରୁ ଅଧ୍ୟକ୍ଷ ରେଢାଖୋଲ ଜନ ସାଧରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।