-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
କଳାହାଣ୍ଡି , ଧର୍ମଗଡ଼ ( ଜ୍ୟୋତିରଞ୍ଜନ ବେମାଲ )
ଶେଷରେ ଗାଁ କୁ ଫେରିଲେ ତେଲେଙ୍ଗାନା ଇଟାଭାଟି ରେ ନିର୍ଯାତିତ ଦାଦନ ଶ୍ରମିକ । କଳାହାଣ୍ଡି ଜିଲ୍ଲାପ୍ରଶାସନ ଙ୍କ ହସ୍ତକ୍ଷେପ ପରେ ଆଜି ଏକ ସ୍ବତନ୍ତ୍ର ବସ୍ ଯୋଗେ ଧର୍ମଗଡ଼ ପହଞ୍ଚି ଛନ୍ତି , ସୂଚନା ଥାଉକି ଗତ କିଛି ଦିନ ତଳେ ତେଲେଙ୍ଗାନା ରାଜ୍ୟ ଖମମ ଜିଲ୍ଲା ଯୁଜୁରାପେଟା ଇଟାଭାଟି ରେ ଅତିଦୟନୀୟ ଅବସ୍ଥାରେ ଦିନ କାଟୁ ଥିବା ସହ ଇଟା ମାଲିକ ଙ୍କ ଅକଥନୀୟ ଅତ୍ୟାଚାର କୁ ସହି ନ ପାରି ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଥିଲେ ।ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଈରାଲ ପରେ ତତ୍ପରତା ଦେଖାଇ ଥିଲା ଜିଲ୍ଲାପ୍ରଶାସନ, ତେଲେଙ୍ଗାନା ପ୍ରଶାସନ ଙ୍କ ସହାୟତାରେ ସମସ୍ତ ଦାଦନ ଶ୍ରମିକ ଙ୍କୁ ଇଟାଭାଟି ଠାରୁ ଉଦ୍ଧାର କରାଯାଇଥିଲା ।