-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
ବୀରମହାରାଜପୁର,(ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ପୂର୍ବାହ୍ନ ୧୧ ଟା ରୁ ରାସ୍ତା ଘାଟ ଶୁନ୍ ଶାନ ହୋଇ ପଡ଼ୁଛି। ପ୍ରଚଣ୍ଡ ଖରାରେ ଲୋକେ ଡହଲ ବିକଲ ହୋଇ ପଡ଼ୁଛନ୍ତି । ଏଭଳି ସ୍ଥିତିରେ ଅଞ୍ଚଳରେ ଜନଗହଳି ପୂର୍ଣ୍ଣ ତଥା ବିଭିନ୍ନ ଗଛ ସ୍ଥାନ ଗୁଡିକରେ ଜଳଛତ୍ର ଖୋଲିବାକୁ ଦାବି ହେଉଛି। ଗ୍ରୀଷ୍ମ ପ୍ରବାହ ରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ଦିନ ୧୧ ଟା ପରେ ଘାଟ ଜନଶୂନ୍ୟ ହୋଇପଡୁଛି। ପଥିକ ମାନେ ରାସ୍ତା ରେ ଯିବା ଆସିବା ବେଳେ ଟାଣ ଖରା ଯୋଗୁଁ ଥକି ପଡି ପାଣି ବୁନ୍ଦାଏ ପିଇବା ପାଇଁ ହଇରାଣ ହେଉଛନ୍ତି। ଅଞ୍ଚଳରେ ଜଳଛତ୍ର ଖୋଲାଯାଇ ନଥିବାରୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ଦେଇ ବୀରମହାରାଜପୁର ଅଞ୍ଚଳରେ ତୁରନ୍ତ ଜଳଛତ୍ର ଖୋଲିବାକୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବୀ ହେଉଛି।