-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହଯୋଗ ରେ ଗତ କାଲି ସୋମବାର ସନ୍ଧ୍ୟା ରେ ସୋନପୁର ସ୍ଥିତ ଗାନ୍ଧୀ ଷ୍ଟାଡିୟମ୍ ରେ ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହା ପାର୍ବଣ ଡଙ୍ଗର ମୋହତ୍ସବ-୨୦୨୨ ଉଦଘାଟିତ ହୋଇଯାଇଛି। ଏହା ତିନି ଦିନ ଧରି ୨୮,୨୯ ଓ ୩୦ ଚାଲୁ ରହିବ। ଏହାକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗ ଦେଇ ଏହା କୁ ଉଦଘାଟନ କରି ସୁବର୍ଣ୍ଣପୁର ର କଳା, ସଂସ୍କୃତି ଓ ପର୍ଯ୍ୟଟନ ର ପ୍ରାଣ କେନ୍ଦ୍ର ବୋଲି କହିଥିଲେ । ଏଥିରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୂଖ୍ୟ ଅତିଥି, ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର ଓ ଡେପୁଟି କଲେକ୍ଟର ଡ. ଇପସିତା ପ୍ରିୟଦର୍ଶିନୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏହି ଡ଼ଙ୍ଗର ଉତ୍ସବ ମାଧ୍ୟମରେ ଦୁର୍ଗମ ଅଞ୍ଚଳ ତଥା ଆଦିବାସୀ ଅଞ୍ଚଳ ବିଲୁପ୍ତ କଳା ସଂସ୍କୃତି କୁ ଲୋକ ଲୋଚନ କୁ ଅଣାଯାଇପାରୁଛି ବୋଲି କହିଥିଲେ । ଉଦ୍ଘାଟନୀ ସଭା ରେ ସଂଗୀତ ନାଟକ ଏକାଡେମୀ ର ରାଜ୍ୟ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ସଭାପତିତ୍ୱ କରିଥିବା ବେଳେ ସଂଗୀତ ଏକାଡେମୀ ର ରାଜ୍ୟ ସଦସ୍ୟ ଶାଶ୍ୱତ ତ୍ରିପାଠୀ, ସଂସ୍କୃତି ଗବେଷକ ଗଦାଧର ବାରିକ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ , ଜ଼ିଲ୍ଲା ସଂସ୍କୃତି ବିଭାଗ ର ଦୁଃଖୀ ଶ୍ୟାମ ସେଠି, ନିରାକାର ଦେହୁରୀ ଓ ପୌର ପ୍ରଶାସନ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l