-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
ବୌଦ୍ଧ / ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର l ବୌଦ୍ଧ ,, ବୌଦ୍ଧ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦେବି ପ୍ରସାଦ ଦାସ, ଜନ ଶୁଣାଣୀ କମିଟି ର ସଦସ୍ୟ ବୃନ୍ଦ, ଏମ ଜି ଏନ, ଆର ଜି ଏ ସଂଯୋଜକ ସତ୍ୟଜିତ ସେନାପତି, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର, ବ୍ଲକ ସାମାଜିକ ସମୀକ୍ଷକ, ଗ୍ରାମ୍ୟ ସମ୍ବଳ କର୍ମୀ, ପି ଇ ଓ, ଜି ଆର ଏସ, ମେଟ ଓ 23 ଟି ଗ୍ରାମ ପଞ୍ଚାୟତ ର ହିତାଧିକାରୀ ଉପସ୍ଥିତ ଥିଲେ l ଉକ୍ତ ଶିବିର ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷାରେ ଦୃଷ୍ଟି ଗୋଚର ହୋଇଥିବା ଅଭିଯୋଗ ଉପସ୍ଥାପନା କରାଯାଇଥିଲା l ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ବିଭାଗ ମାନଙ୍କୁ ନିର୍ଦେଶ ଦେଇଥିଲେ l ଉପସ୍ଥିତ ଜନ ସାଧାରଣ ମାନଙ୍କ ଅଭିଯୋଗ ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଭାପତି କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ l ଶେଷରେ ଏ ପି ଓ ସଂଜୀବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l