-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
ଖପ୍ରାଖୋଲ(ବସନ୍ତ ମେହେର) : ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ ର କିଛି ଯୁବ ଗୋଷ୍ଠୀ ମିଶି ଆଞ୍ଚଳିକ ଯୁବ ସଂଘ ଗଠନ କରିଛନ୍ତି!ସଂଗଠନ ଆରମ୍ଭ ର ପ୍ରଥମ ଦିନରେ କୁଳିହାମୁଣ୍ଡା ଠାରେ ଅନୁଷ୍ଠିତ ଶନି ମନ୍ଦିର ବାର୍ଷିକ ଉତ୍ସବରେ ଥଣ୍ଡା ଜଳ ଛତ୍ର ର ବ୍ୟବସ୍ଥା କରିଛନ୍ତି!ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଥଣ୍ଡା ପାଣି ପିଇବା ପାଇଁ ବେଶ ଆନନ୍ଦିତ ହେଉଛନ୍ତି!ସଂଘର ସମସ୍ତ
ସଦସ୍ୟ ଉପସ୍ଥିତ ରହି ସୁନ୍ଦର ଭାବରେ କାର୍ଯ୍ୟ ତୁଲାଉଛନ୍ତି!ଏହି ସଂଗଠନ ଆଗକୁ ଅଞ୍ଚଳ ର ଅସହାୟ ଲୋକଙ୍କ ସେବା ଯୋଗାଇଦେବା, ଅଞ୍ଚଳ କୁ ଦୁର୍ନୀତି ମୁକ୍ତ କରିବା ଏବଂ ବିଭିନ୍ନ ଲୋକଙ୍କ ମୌଳିକ ସୁବିଧା ଯୋଗେଇଦେବ ବୋଲି ସଂଗଠନ ତରଫରୁ କହିଛନ୍ତି!ଏଇଭଳି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣେଇଛନ୍ତି ଏବଂ ଆଗକୁ ଏଇଭଳି କାର୍ଯ୍ୟ ଜାରୀ ରହିବା ପାଇଁ ସଂଘ ର ସଦସ୍ୟ ମାନେ ଶପଥ କରିଛନ୍ତି!