-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ଲୋଇସିଂହା, (ବିନୋଦ କୁମାର ଦୀପ) କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ସେବା, ଏଲପିଏଫ, ରାଜ୍ୟକେନ୍ଦ୍ର ବ୍ୟାଙ୍କବୀମା ଆଦି ସ୍ୱାଧୀନ କର୍ମଚାରୀ ଫେଡେରେସନ ସମୂହ ଆହ୍ୱାନରେ ମାର୍ଚ୍ଚ ୨୮ଓ ୨୯ ଦୁଇଦିନ ଚାଲିଛି ଦେଶବ୍ୟାପୀ ଧର୍ମଘଟ l କେନ୍ଦୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ ଓ ଏସୋସିଏସନ ମାନଙ୍କ ପକ୍ଷରୁ ଦୁଇଦିନଧରି ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି l ଦୀର୍ଘଦିନ ଧରି ଟ୍ରେଡ଼ ୟୁନିଅନମାନେ ସଂଗ୍ରାମ ଜାରି ରଖିଛନ୍ତି l ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ହେତୁ ଦେଶବ୍ୟାପୀ ଶ୍ରମଜୀବୀ ଲୋକଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଛି l କୋଭିଡ ମହାମାରୀର ସୁଯୋଗ ନେଇ ମୋଦି ସରକାର ନିରବଛିନ୍ନ ଭାବରେ ଏବଂ ଅତି ଉଗ୍ରତାର ସହ ଶ୍ରମିକ ମାନଙ୍କର ସର୍ବନିମ୍ନ ମଞ୍ଜୁରୀ, ସାର୍ବଜନୀନ ସାମାଜିକ ସୁରକ୍ଷା ଯଥା ସ୍କିମୱାର୍କର ଅଙ୍ଗନବାଡ଼ି, ଆଶା, ପାଚିକା ଇତ୍ୟାଦିଙ୍କ ପାଇଁ ଶ୍ରମିକର ମାନ୍ୟତା ସହିତ ଦରମା ଓ ଅନ୍ୟନ୍ୟ ସୁବିଧା ଦେଉନାହାନ୍ତି l ଦିନକୁ ଦିନ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି l ଅତ୍ୟା ଆବଶ୍ୟକୀୟ ପଦାର୍ଥ ବିଶେଷ କରି ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି l ବିମୁଦ୍ରିକାରଣ ପ୍ରଭାବ, ଦେୟମୁକ୍ତ ଜିଏସଟି ଯୋଗୁଁ ପେଟ୍ରୋଲଜାତ ଦ୍ରବ୍ୟର ଦରବୃଦ୍ଧି, ଅତ୍ୟାବଶ୍ୟକ ଦ୍ରବ୍ୟ ସହ ସାଧାରଣ ପରିବହନ ବ୍ୟବସ୍ଥା, ବିଦୁତ ଔଷଧ ଦରବୃଦ୍ଧି ଲୋକଙ୍କ ଉପରେ ପ୍ରଭାବ ପକାଉଛି l ଲୋଇସିଂହା ବ୍ଲକ ସମ୍ମୁଖରେ ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥରେ ବିଶେଷ କରି ଆଶା ୟୁନିଅନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନର ପ୍ରଭାବ ଲୋଇସିଂହା ଅଂଚଳରେ ଦେଖିବାକୁ ମିଳିଥିଲା l