-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଟେମେରୀ ଗ୍ରାମପଞ୍ଚାୟତ ରେ ଯାଉଥିବା ସୋଢା ଗ୍ରାମର ଜଣାଶୁଣା ଶିକ୍ଷକ ବାଲାଜୀ ରଣା ଙ୍କ ଦେହାନ୍ତ ହୋଇଯାଇଛି ।୧୭.୦୧.୧୯୫୫ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମ ର ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରୁ ସେ ମଧ୍ୟ ଜଣେ ଭଦ୍ରବ୍ୟକ୍ତି
ଭାବେ ଅଞ୍ଚଳ ବେଶ ପରିଚିତ । ତାଙ୍କ ପ୍ରଥମ ଶିକ୍ଷକତା ଆରମ୍ଭ ହୁଏ ଦୁଡକିଝର ଗ୍ରାମରୁ ।ପରେ ପାଇକମାଳ ବ୍ଳକ ଅଧିନସ୍ଥ ନାଗଡିହି,ଖୁରଶାପାଲି ଏବଂ ଶେଷରେ ଗଣ୍ଡପାଲି ୟୁ.ପି ସ୍କୁଲ ଗ୍ରାମରେ ଶିକ୍ଷକତା ପରେ ଚାକିରିରୁ ୨୦୧୩ ମସିହାରେ ଅବସର ନେଇଥିଲେ । ମୃତ୍ୟୁ ସମୟ ରେ ତାଙ୍କର ଏକମାତ୍ର ପୁଅ ସୁକାନ୍ତ, ପୁତ୍ର ବଧୂ ସୈାଦାମିନୀ, ନାତୁଣୀ ସମେତ ତାଙ୍କ ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ରେ ସୋଢା ଗ୍ରାମ ସମେତ ଆଖପାଖ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।