-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ନୂଆଦିଲ୍ଳୀ : ୯୪ତମ ଏକାଡେମୀ ପୁରସ୍କାର ଆରମ୍ଭ ହୋଇଛି, ଯେଉଁଥି ପାଇଁ କେବଳ ସେଲିବ୍ରେଟ୍ ନୁହଁନ୍ତି ସାଧାରଣ ଲୋକ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବିଜେତା ଚୟନ ପ୍ରକ୍ରିୟାରେ, ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ୯୮୪୭ସଦସ୍ୟ ଜାନୁଆରୀ ୨୭ରୁ ଫେବୃଆରୀ୧ ମଧ୍ୟରେ ୨୭୬ ଚଳଚ୍ଚିତ୍ର ପାଇଁ ଭୋଟ୍ ଦେଇଥିଲେ ।
କେବଳ ଏତିକି ହିଁ ନୁହଁ ଭାରତରୁ ଏକ ଡକ୍ୟୁମେଣ୍ଟାରୀର ନାମ ସମେତ ଓସ୍କାର ନୋମିନେସନ ପାଇଥିଲା । ଫିଲ୍ମ 'ରାଇଟିଂ ୱିଥ୍ ଫାୟାର' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର କ୍ୟାଟାଗୋରୀରେ ମନୋନୀତ ହୋଇଛି । ଯାହା ଦେଶ ପାଇଁ ବହୁତ ଗର୍ବର ବିଷୟ ଅଟେ।
କହିବାକୁ ଗଲେ ଯେ ରାଇଟିଙ୍ଗ ୱିଥ୍ ଫାୟାରକୁ ସମଗ୍ର ଦେଶରେ ଆଶା ତାହା ଉପରେ ଆଶା ରଖିଛି । ତେବେ 'ରାଇଟିଙ୍ଗ ୱିଥ୍ ଫାୟାର' ଡକ୍ୟୁମେଣ୍ଟାରୀଟି ଏକ ସାମ୍ବାଦିକତା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରଟି ଓସ୍କାରରେ ମନୋନୀତ ହୋଇଛି କିନ୍ତୁ ଏହାପୂର୍ବରୁ ସେ ସନ୍ ଡ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ସ୍ପେଶାଲ୍ ଜୁରି ଆୱାର୍ଡ ମିଳି ସାରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ଟି ଆନ୍ତର୍ଜାତୀୟ ପୁରସ୍କାର ମିଳିଛି ।
ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କ ମିଶିକି ଏହି ଫିଲ୍ମକୁ ନିର୍ଦ୍ଦେଶିତ କରିଛନ୍ତି । ଏଥି ସହିତ, ବିଶେଷ କଥା ହେଉଛି ଏହା ପ୍ରଥମ ଡକ୍ୟୁମେଣ୍ଟାରୀ, ଯାହାକୁ ସାରା ବିଶ୍ୱ ସ୍ତରରେ ପସନ୍ଦ ଆସିଛି। ' ରାଇଟିଙ୍ଗ୍ ୱିଥ୍ ଫାୟାରରେ' ଦେଖିବାକୁ ମିଳିଛି କି ଜଣେ ମହିଳା ସାମ୍ବାଦିକଙ୍କୁ କିଭଳି ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ପଡୁଛି ତାହା ଦର୍ଶାଯାଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଓସ୍କାର ୨୦୨୨ ପାଇଁ ମନୋନୀତ ହୋଇଛି। ଏହି ଫିଲ୍ମକୁ ନେଇ ସମଗ୍ର ଦେଶ ସେମାନଙ୍କଠାରୁ ଆଶା ରଖିଛି ।(ଅମୃତ ନନ୍ଦ ଙ୍କ ରିପୋର୍ଟ)