-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
କଳାହାଣ୍ଡି,ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
ଥମୁନି ଦାଦନ୍ ଦୁଃଖ , ପୁଣି ତେଲେଙ୍ଗାନା ଇଟାଭାଟି ରେ ନିର୍ଯାତନା ର ଶିକାର ହେଇଛନ୍ତି ଧର୍ମଗଡ଼ ଅଞ୍ଚଳର ୬୦ ଜଣ ଶ୍ରମିକ । ଆଜକୁ ପାଞ୍ଚ ମାସ ତଳେ ନିଜ ଭିଟା ମାଟି ଛାଡ଼ି ତେଲେଙ୍ଗାନା ରାଜ୍ୟ ଖମନ ଜିଲ୍ଲା ଯୁଜୁଳର ପେଟା ଇଟାଭାଟି କୁ ଧର୍ମଗଡ଼ ଅଞ୍ଚଳର ଦୁଇ ଦାଦନ ଦଲାଲ ଙ୍କ ପ୍ରଲୋଭନ ରେ ପଡ଼ି ନିଜ ନିଜ ପରିବାର ସହ ଯାଇଥିଲେ । ଦୀର୍ଘ ପାଞ୍ଚ ମାସ ଧରି କାମ କରି ଆସୁଥିଲେ ମଧ୍ୟ ଇଟାଭାଟି ମାଲିକ ସେମାନଙ୍କ ପ୍ରାପ୍ୟ ଦେବାକୁ ମନା କରିବା ସହ ମାଡ଼ ପିଟ ,ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ।ସେମାନଙ୍କୁ ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ପ୍ରଶାସନ କୁ ନିବେଦନ କରିଛନ୍ତି ।ଯାହାକି ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓ ଭାଇରାଳ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ , ଜିଲ୍ଲାପ୍ରଶାସନ ହସ୍ତକ୍ଷେପ ପରେ ତେଲେଙ୍ଗାନା ପ୍ରଶାସନ ଙ୍କ ସହାୟତାରେ ଶ୍ରମିକ ମାନେ ନିଜ ଭିଟା ମାଟି କୁ ଫେରୁଥିବା ସୂଚନା ମିଳିଛି।