-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ବରଗଡ/ ବରଗଡ ଜିଲ୍ଲା ଜଗଦଲପୁର ଥାନାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଲୁଛି।ଥାନାରେ କାମ କରୁଥିବା ଜନୈକ ହାବିଲଦାରର ଗତ ନଭେମ୍ବର ମାସରେ ସ୍ଥାନାନ୍ତରୀତ ହୋଇଛି।ସେ ବର୍ତ୍ତମାନ ସୁଦ୍ଧା ଜଗଦଲପୁର ଥାନାରୁ କ୍ବାର୍ଟର ଛାଡି ନାହାନ୍ତି।ଉଚ୍ଚ କର୍ତ୍ତୃପକ୍ଷକୁ ଚକମା ଦେଖାଇ ସ୍ବାସ୍ଥ୍ୟ ସମସ୍ୟାରେ ଛୁଟି ନେଇ ପଦ୍ମପୁର ନିଜ ବାସଗୃହରେ ରହୁଛନ୍ତି।ଜଗଦଲପୁର ଥାନା ଅଧିନସ୍ଥ ଝାଞ୍ଜ ପାହାଡ ପାଦ ଦେଶରେ ଧାରାବାହିକ ଭାବରେ ୬ ମାସ ପୂର୍ବରୁ ଚାଲି ଆସୁଥିବା ସାମୁହିକ ଜୁଆ ଖେଳକୁ ତଥାକଥିତ ହାବିଲଦାର ବାବୁ ପୃଷ୍ଠପୋଷକତା କରୁଥିବା ବିଶ୍ବସ୍ଥ ସୂତ୍ରରୁ ଜଣାଯାଏ।ପ୍ରତି ସପ୍ତାହ ଜୁଆ ମାଳିକ ସହ ସାକ୍ଷାତ କରି ଥାନାକୁ ଆସିଥାନ୍ତି।ଅଂଚଳର ସମସ୍ତ ମହୁଲଫୁଳ ବ୍ୟବସାୟୀ,ଧାନ ବ୍ୟବସାୟୀ ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ସ୍କର୍ପିଓରେ ନେଇ ଥାନାକୁ ଆସି ମାଡାମ ସହ ପରିଚୟ କରାଉଛନ୍ତି।ସ୍ବାସ୍ଥ୍ୟ ଗତ ସମସ୍ୟା ଥିଲେ ପୁରୁଣା ସ୍ଥାନରେ କାମ କରୁଛନ୍ତି,କିନ୍ତୁ ବଳାଙ୍ଗିର ଯିବାକୁ ମନ ଦେଉନାହାନ୍ତି।ସବୁ ବେଳେ ଚର୍ଚ୍ଚାରେ ଥିବା ଜଗଦଲପୁର ଥାନାରେ ସାମାନ୍ୟ ସୁଧାର ହେଉଥିବା ବେଳେ ଅସାଧୁ ବ୍ୟବସାୟୀ,ସ୍ଥାନାନ୍ତରିତ କର୍ମଚାରୀ ଓ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ମଧ୍ୟରେ ମଧୁଚନ୍ଦ୍ରିକା ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏକ ଶୃଙ୍ଖଳିତ ବିଭାଗରେ ଏତାଦୃଶ କାର୍ଯ୍ୟକଲାପ ଜନସାଧାରଣ ପାଖକୁ ଏକ ଖରାପ ବାର୍ତ୍ତା ଯାଉଛି।ବେଳ ଥାଉ ବନ୍ଧ ବାନ୍ଧିବା ଆବଶ୍ୟକ ।ନଚେତ ନେଡି ଗୁଡ କହୁଣୀକୁ ବୋହିଗଲେ ପୁଲିସ ବିଭାଗ ପ୍ରତି ଜନ ଆସ୍ଥା କମିଯିବ ।