-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ବଲାଙ୍ଗିର,ବଲାଙ୍ଗିର ସହରରେ ଭାରତ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ସହର ଭିତରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କଚେରୀ ଛକରେ ଆନ୍ଦୋଳନକାରୀ ମାନେ ଜବର୍ଦସ୍ତ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍ ଟ୍ରେଡ଼୍ ୟୁନିୟନ୍ସ ଅଫ୍
ବଲାଙ୍ଗିର । ଜନତା ବଂଚାଅ, ଦେଶ ବଂଚାଅ ଓ ଚାଷୀ ବଂଚାଅ ନାରା ଦେଇ ବେକାରଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଶ୍ରମକୋଡ୍ ପ୍ରତ୍ୟାହାର, ସ୍କିମ୍ ଶ୍ରମିକ, ଚୁକ୍ତିଭିତ୍ତିକ, ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ତଥା କୃଷକ ମାନଙ୍କର ଦାବୀ ଆଦି ୧୨ ଦଫା ଦାବୀ ନେଇ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି ।