-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକ ମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମ ରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା! ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀ କୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ ରେ ଥିବା ଆମ ଦର୍ଶକ ମାନେ ଆମ ଓଡିଆ ସାହିତ୍ୟର ଏହି ମହାରଥୀ ଯଥା ଓଡିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାଶ ,କବି ସମ୍ରାଟ ଉପେନ୍ଦ୍ର ଭଞ ,ବ୍ୟାସକବି ଫକୀରମୋହନ ସେନାପତି, ସ୍ୱାଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆମଜୀବନୀ ଦେଖିପାରିବେ ! ଯାହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ ମୋର୍ଯ୍ୟ ଦେବିପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ କରିଛନ୍ତି ହରପ୍ରସାଦ ଦାସ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ ! ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ଆଶା ଓ ଭରଶା !