-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶି କେଶନ ଥିଲା  - ହେମନ୍ତ ପଣ୍ଡା

28-Mar-2022



ବଲାଙ୍ଗୀର-(ପ୍ରେରଣା ଖବର) କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମମିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ପୋଡିବା ପରେ କଲେଜ ପରିସରରେ ପୋତି ଦିଆଯାଇଥିଲା । ଜଘନ୍ୟ ହତ୍ୟାକାଣ୍ଡରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ଉଠିବା ସହ  ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ସରକାରୀ ସହାୟତା ଓ ଅନୁଦାନକୁ ନେଇ ଅନେକ ଆଲୋଚନା ହୋଇଥିଲା ଓ ମହାବିଦ୍ୟାଳୟ ପ୍ରତି ଅହେତୁକ ସରକାରୀ ଅନୁକମ୍ପାର ଅଭିଯୋଗ ମଧ୍ୟ ଉଠିଥିଲା । ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ସୂଚନା ଅଧିକାର ଆଇନ ସହାୟତାରେ ଏସମ୍ପର୍କରେ ଅନୁସନ୍ଧାନ କରିଥିଲେ । ସୂଚନା ଅଧରକାର ତଥ୍ୟରୁ ଜଣାପଡିଛି ଯେ, ସମଗ୍ର ରାଜ୍ୟରେ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପାଞ୍ଚ ବର୍ଷ ମଧ୍ୟରେ ପରୀକ୍ଷା କେନ୍ଦ୍ରର ମାନ୍ୟତା କେବଳ ମହାଲିଙ୍ଗ କଲେଜକୁ ମିଳିଥିଲା ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ସୂଚନା କର୍ମି ପଣ୍ଡାଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ମହଲିଙ୍ଗ କଲେଜ ରାଜ୍ୟ ସରକାରଙ୍କ ଏକୋଇର ବଳା ବିଶିକେଶନ ଥିଲା ବୋଲି ପଣ୍ଡା କହିଛନ୍ତି । ମହାଲିଙ୍ଗ କଲେଜକୁ ପରିକ୍ଷା କେନ୍ଦ୍ରରେ ପରିଣତ କରିବା ପାଇଁ କିଏ ସୁପାରିଶ କରିଥିଲେ ଏହି ତଥ୍ୟ ପରିଷଦ କାର୍ଯ୍ୟାଳୟରେ ମିଳି ପାରୁ ନାହିଁ ବୋଲି କୁହାଯାଇଛି । ମହାଲିଙ୍ଗ କଲେଜରେ ୨୦୧୩ ମସିହାରେ ‘ିଜକ୍ସ ଓ କେମିଷ୍ଟ୍ରି ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହାଦ୍ୱାର ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଶ୍ନପତ୍ର ଲିକକୁ ନେଇ ୮ ମାର୍ଚ୍ଚ ୨୦୧୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମାର୍ଚ୍ଚ ୭ ରେ ହୋଇଥିବା ‘ିଜିକ୍ସ ପରୀକ୍ଷାକୁ  ବାତିଲ କରାଯାଇଥିବା ବେଳେ ମାର୍ଚ୍ଚ ୯ ରେ ହେବାକୁ ଥିବା କେମିଷ୍ଟ୍ରି ପରୀକ୍ଷାକୁ ମାର୍ଚ୍ଚ ୩୦କୁ ଘୁଞ୍ଚଇ ଦିଆଯାଇଥିଲା । କିନ୍ତୁ ପରୀକ୍ଷା କମିଟୀ ବୈଠକରେ ପାସ୍ କରାଯାଇଥିବା  ପ୍ରସ୍ତାବରେ ପରୀକ୍ଷା କେନ୍ଦ୍ର ବିଷୟରେ ଶଦ୍ଦଟିଏ ମଧ୍ୟ ଉଲ୍ଲେଖ ନାହିଁ ।  ସୂଚନା କର୍ମି ପଣ୍ଡା ପୁଣି ଉଲ୍ଲେଖ କରିଛନ୍ତି ଯେ, ଗୋଲାମୂଣ୍ଡା ବ୍ଲକ ରେ ମହାଲିଙ୍ଗ ଅବସ୍ଥିତ । ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁ୍‌ଷ୍ଠାନ ଗୁଡିକୁ  ଗତ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୫-୧୬ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ସମୂଦାୟ ୨ କୋଟି ୨୯ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିବା ବେଳେ କେବଳ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଓ ଡିଗ୍ରି କଲେଜକୁ ୬୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏକ ପଛୁଆ ଅଞ୍ଚଳର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବିକାଶ ପରିଷଦ ଅନୁଦାନ ପାଇବା ପାଇଁ ଚାତକ ପକ୍ଷୀ ପରି ।ହିଁ ରହିଥିବା ବେଳେ ଏହି ନିର୍ଦ୍ଦିଷ୍ଟ ମହାଲିଙ୍ଗ କଲେଜକୁ ସର୍ବାଧିକ ରାଶି ପ୍ରଦାନ କରାଯିବା ସରକାରୀ ପ୍ରୀୟାପ୍ରିତୀ ତୋଷଣର ନଗ୍ନ ରୂପ ବୋଲି ପଣ୍ଡା କହିଛନ୍ତି । ବିକାଶ ପରିଷଦ ଅନୁଦାନ ଟଙ୍କାରେ ନିର୍ମାଣ କରାଯାଇଥିବା ଖେଳ ପଡିଆରେ ମମିତାଙ୍କୁ ପୋଡି ପୋତି ଦିଆଯାଇଥିବା ଭଳି ସମ୍ବେଦନଶୀଳ ଖବର ଲୋକ ଲୋନକୁ ଆସିଥିଲା । ସରକାରୀ ବ୍ୟବସ୍ଥା ସହିତ ହତ୍ୟାକାଣ୍ଡ ଅଭିଯୁକ୍ତର ନିବିଡ ସମ୍ପର୍କ ଥିବା ଏହି ସବୁ ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ପଣ୍ଡା କହିଛନ୍ତି । ଏହି ମହାବିଦ୍ୟାଳୟକୁ ସରକାରୀ ବ୍ୟବସ୍ଥାର ନିକଟତର କରିବା ପାଇଁ ଯେଉଁମାନଙ୍କର ହାତ ରହିଛି ସେମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ପଣ୍ଡା ଦାବୀ କରିନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like