-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ମାଲକାନଗିରି(ପ୍ରେରଣା ଖବର ବ୍ୟୁରୋ) :- ମାଲକାନଗିରି ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍-୫ ଖାରବେଳ ନଗର, ଭୁବନେଶ୍ବର, ମାଲକାନଗିରି ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଆୟୋଜିତ ରାଜ୍ଯସ୍ତରୀୟ ଶିକ୍ଷକ ସମ୍ମିଳନୀ ରେ ଜିଲ୍ଲା ସଂଘର ଯୁଗ୍ମ ସମ୍ପାଦକ, ବ୍ଯାସ କବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯୁବ କବି ଯଚିନ୍ଦ୍ର ସ୍ୱାଇଁଙ୍କ କବିତା ସଙ୍କଳନ "ବୈରାଗୀ "ର ଶୁଭ ଲୋକାର୍ପଣ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ନିଉ ଦିଲ୍ଲୀ ର ମହା ସଚିବ କମଳାକାନ୍ତ ତ୍ରିପାଠୀଙ୍କ କର କମଳରେ ହୋଇଥିଲା। ଉକ୍ତ ମହା ମଞ୍ଚରେ ଶିକ୍ଷକ ନେତା, ଯୁବ କବି, ସୁସଂଗଠକ ଯଚିନ୍ଦ୍ର ସ୍ଵାଇଁଙ୍କୁ "ମାଲ୍ୟବନ୍ତର ଶିକ୍ଷକ ଗୌରବ ସମ୍ମାନ "ରେ ସମ୍ଵର୍ଦ୍ଧିତ କରାଯାଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ନିଉ ଦିଲ୍ଲୀ ର ମହା ସଚିବ ଶ୍ରୀଯୁକ୍ତ କମଳାକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଭୁବନେଶ୍ଵର ର ଉପଦେଷ୍ଟା ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମଲ୍ଲିକ ମୁଖ୍ଯ ବକ୍ତା ଥିଲେ। ସମ୍ମାନୀତ ଅତିଥି ଭାବେ ବବ୍ରୁ ବାହାନ ସମ୍ବଲପୁର ଜିଲ୍ଲା , ଲିମ୍ବୁ ଚରଣ ଶିରା, ନବରଙ୍ଗପୁର ଜିଲ୍ଲା, ସିମାଞ୍ଚଳ ପାଣିଗ୍ରାହୀମାଲକାନଗିରି ଜିଲ୍ଲା, ସ୍ବର୍ଣ୍ଣପ୍ରଭା ମେକପ ଭୁବନେଶ୍ଵର , ଜୟନ୍ତୀ ଦେବତା ସମ୍ବଲପୁର ଜିଲ୍ଲା, ସବିତା ମହରା ବଲାଙ୍ଗୀର ଜିଲ୍ଲା, ପି. ସୁଶୀଳା ନବରଙ୍ଗପୁର ଜିଲ୍ଲା ମଞ୍ଚାସୀନ ଥିଲେ। ଜିଲ୍ଲା ସଭାପତି ନୀଳକଣ୍ଠ ବେହେରା ସଭାପତିତ୍ବ କରିଥିଲେ, ଜିଲ୍ଲା ସମ୍ପାଦକ ଲୋକନାଥ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।