-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ସୁବର୍ଣ୍ଣପୁର -ସୁବର୍ଣ୍ଣପୁର ଜିଲ୍ଲାର ଜଂଗଲ ପାର୍ଶ୍ବବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାରହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର,ଉଲୁଣ୍ଡା,ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାରହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାୟୀୟ ଫସଲ ସବୁକୁ ଖାଇବା ସହ ଦଳାଚକଟାରେ ନଷ୍ଟ କରୁଥିବାର ଦେଖାଯାଉଛି । ଏପରିକି,କେତେକ ସମୟରେ ଖାଦ୍ୟ ଓ ପାଣି ଅନ୍ବେଷଣ ଲକ୍ଷ୍ୟରେ ବହୁ ସଂଖ୍ୟାରେ ଆସିଥିବା ବାରହା ଦଳ ଦିନବେଳା ବି ଅଂଚଳରେ ଉତ୍ପାତ କରୁଛନ୍ତି । ଅର୍ଜୁନପୁର ଜଂଗଲ ସନ୍ନିକଟସ୍ଥ ପ୍ରତାପପୁର,ଜାମପାଲି,କୁଲିପାଲି,ଲକର୍ମା, ପିପିଲିପାଲି, ଗତରକେଲା ଆଦି ପାଖ ଗାଁଗୁଡିକରେ କିଛିଦିନ ହେବ ବାରହାଙ୍କ ଉପଦ୍ରବ ଲାଗି ରହିଥିବାବେଳେ ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା ଅର୍ଜୁନପୁର ସଂରକ୍ଷିତ ଜଂଗଲରୁ ୪-୫ ଟି ଦଳରେ ବାରହା ଆସି ସହର ମଧ୍ୟକୁ ମଧ୍ୟ ପ୍ରବେଶ କରିଛନ୍ତି । ଗତ ୨ଦିନ ଧରି ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା କିଛି ବସ୍ତି,ଛିନଛାନ୍ ଡୁଂଗୁରୀ ଓ ଧୋବା ବାହାଲିକୁ ବାରହାମାନେ ଆସି ଲୋକଙ୍କ ଚାଷବାସ ନଷ୍ଟ କରିଥିବାର ଅଭିଯୋଗ ହେଉଛି । ତେବେ,ଲୋକଙ୍କ ଅଭିଯୋଗ ସତ୍ତ୍ବେ ବନ ବିଭାଗ ଏହି ବନ୍ୟଜନ୍ତୁଙ୍କୁ ଘଉଡାଇବାର କୌଣସି ଉଦ୍ୟମ କରୁନଥିବାରୁ ଏବେ ପରିସ୍ଥିତି ଦୁର୍ବିସହ ହୋଇପଡିଛି ।