-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ବେଗୁନିଆ (ପ୍ରମୋଦ ତ୍ରିପାଠୀ) ବେଗୁନିଆ ଅଞ୍ଚଳର ଜଣେ ସୁପରିଚିତ ଲେଖକ ୨୯ ଗୋଟି ଯୁଗୋପଯୋଗି ପୁସ୍ତକର ରଚୟିତା ସାହିତ୍ୟିକ ମହାମାନ୍ୟ ତ୍ରୈଲୋକ୍ୟ ପଟ୍ଟନାୟକଙ୍କର ପବିତ୍ର ଦୋଳ ପୁର୍ଣିମା ତିଥିରେ ୯୫ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ସେ ସାନପଦର ଗ୍ରାମରେ ୧୯୨୯ ମସିହାରେ ପିତା ବାନାମ୍ବର ପଟ୍ଟନାୟକ ଓ ମାତା ରେବତୀ ଦେବୀଙ୍କ ର ଏକ ମାତ୍ର ସୁଯୋଗ୍ୟ ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ। ଗତ ପବିତ୍ର ଦୋଳପୂଣ୍ଣିମା ତିଥିରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଅନ୍ୟାନ୍ୟ ଲେଖା ମଧ୍ୟରୁ ନିଗମାନନ୍ଦ ପୁରାଣ,ଚାଣକ୍ୟ ନୀତି,ଅନାବନା, ଏନ୍ତୁଡ଼ି ରୁ ଜୁଇ, ବାର୍ଦ୍ଧକ୍ୟ ବିଳାପ,ସନ୍ଥ ଓ ଗ୍ରନ୍ଥ ଅନ୍ୟତମ। ମୋ ବେଗୁନିଆ ତରଫରୁ ସାହିତ୍ୟିକ ଶ୍ରୀ ପଟ୍ଟନାୟକ ଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି