-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ଭୁବନେଶ୍ବର: ହୋଲି ଅବସରରେ ମୁନ୍ ଟିଭି ର ମୁନ୍ ଟିଭି ଡିଜିଟାଲ୍ ଓ ଏଫ୍ ଏମ୍ ଚ୍ୟାନେଲ୍ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଓଡିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁନ ଟିଭ୍ ଡିଜିଟାଲ୍ ଓ ଏଫ୍ ଏମ୍ ପ୍ରଯୋଜକ ଦିଲିପ ଦାସ, ସଚ୍ଚିକାନ୍ତ ଜେନା, ରମେଶ ବାରିକ, ଜୁବୁଲି ସୁନ୍ଦର ରାୟ , ମୁନ୍ ଟିଭି ଡିଜିଟାଲର ନିର୍ଦ୍ଦେଶକ ବିନି ପଟ୍ଟନାୟକ, ସଂଳାପ ଲେଖକ ଡ. ରଜନୀ ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଚ୍ୟାନେଲକୁ ଲୋକାର୍ପିତ କରିଥିଲେ ।
ଏହି ଅବସରରେ ୩୦ ଜଣ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ କଣ୍ଠରେ ପ୍ରସ୍ତୁତ ‘ମୋ ମାଟି ମୋ ଓଡିଶା ମାଟି’ ସଂଗୀତ ଉନ୍ମୋଚନ ହୋଇଥିଲା ।
ଚ୍ୟାନେଲ ଲୋକାର୍ପିତ ଉତ୍ସବରେ ଓଡିଶା କଳା ସଂସ୍କୃତି ଓ ଚଳଚ୍ଚିତ୍ରକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା କଳାକାର, କଣ୍ଠଶିଳ୍ପୀ, ପ୍ରଯୋଜକ ଓ ସଙ୍ଗୀତକାରଙ୍କୁ ମାନପତ୍ର , ଟ୍ରଫି, ମୁନ୍ ଟିଭି ମୁଭିଜ୍ ତରଫରୁ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଯୋଜକ ଟୁଟୁ ନାୟକ, ସଚ୍ଚିକାନ୍ତ ଜେନା , ରବିନ୍ଦ୍ର ନାଥ ପଣ୍ଡା, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସ୍ବୟଂ ପ୍ରକାଶ ପାଢୀ, ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତିୀ, କ୍ରିଏଟିଭ୍ ହେଡ୍ ତଥା ମିଡିଆ ପ୍ଳାନର୍ ପ୍ରଣୟ ଜେଠୀ ସମାଜସେବୀ କଲ୍ୟାଣ ଶ୍ରୀନିବାସ ରାଉତରାୟ, ସନ୍ତୋଷ ରାଉତ, ରୁଦ୍ର ପ୍ରଧାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିବା ମୁନ୍ ଟିଭି ତରଫରୁ ପ୍ରକାଶ ।